ବାରିପଦା : ସଂଗ୍ରାମୀ ସାମ୍ବାଦିକ ବନ୍ଧୁମାନଙ୍କୁ ବିପ୍ଳବୀ ଅଭିନନ୍ଦନ ✊
ଜରୁରୀ ଆହ୍ୱାନ
ସାମ୍ବାଦିକଙ୍କ ସ୍ୱାଭିମାନ, ସୁରକ୍ଷା ଓ ନ୍ୟାଯ୍ୟ ଅଧିକାରର ସୁରକ୍ଷା ପାଇଁ ଆସ, ଏକଜୁଟ୍ ହେବା ଶାନ୍ତିପୂର୍ଣ୍ଣ ଧାରଣାକୁ ସଫଳ କରିବା।
ଆୟୋଜକ: ମୟୂରଭଞ୍ଜ ଜିଲ୍ଲା ଊସାମ୍ବାଦିକ ମିଳିତ ମହାମଞ୍ଚ ବାରିପଦା, ମୟୂରଭଞ୍ଜ
ସହଯୋଗୀ ମୟୂରଭଞ୍ଜ ସଙ୍ଗଠନ ସମୂହ: ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ), ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ଏବଂ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର।
କଲମ ଆମର ଶକ୍ତି, ସତ୍ୟ ଆମର ଅସ୍ତ୍ର, ଏକତା ଆମର ବଳ!
ପ୍ରିୟ ସଂଗ୍ରାମୀ ସାମ୍ବାଦିକ ଭାଇ ଓ ଭଉଣୀମାନେ,
ଆଜି ସମୟ ଆସିଛି ନିଜର ସ୍ୱାଭିମାନ, ସୁରକ୍ଷା ଓ ନ୍ୟାଯ୍ୟ ଅଧିକାର ପାଇଁ ଏକାଠି ହେବାର। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜକୁ ସତ୍ୟର ଦର୍ପଣ ଦେଖାଉଥିବା ସାମ୍ବାଦିକମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷାକୁ ଅଣଦେଖା କରାଯାଇପାରିବ ନାହିଁ।
ଜନସାଧାରଣଙ୍କ ସ୍ୱରକୁ ଶାସନ ବ୍ୟବସ୍ଥା ପାଖରେ ପହଞ୍ଚାଉଥିବା ସାମ୍ବାଦିକ ନିଜେ ଯଦି ଅସୁରକ୍ଷିତ ରହିବେ, ତେବେ ଗଣତନ୍ତ୍ରର ସୁରକ୍ଷା କିପରି ସମ୍ଭବ? ଆମର ଏହି ଲଢ଼େଇ କୌଣସି ବ୍ୟକ୍ତି ବିଶେଷଙ୍କ ବିରୋଧରେ ନୁହେଁ। ଏହା ସାମ୍ବାଦିକ ସମାଜର ସ୍ୱାଭିମାନ, ସୁରକ୍ଷା, ନ୍ୟାଯ୍ୟ ଅଧିକାର ଓ ସମ୍ମାନଜନକ ଜୀବନ ପାଇଁ ଏକ ଗଣତାନ୍ତ୍ରିକ ସଂଗ୍ରାମ।
ଏହି ମହତ୍ ଉଦ୍ଦେଶ୍ୟ ନେଇ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସାମ୍ବାଦିକ ସଙ୍ଗଠନର ମିଳିତ ନିଷ୍ପତ୍ତି କ୍ରମେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଧାରଣା ଆୟୋଜନ କରାଯାଉଛି। ଏଥିପାଇଁ ପୋଲିସ ପ୍ରଶାସନର ବିଧିବଦ୍ଧ ଅନୁମତି ମିଳିଛି।
📍 ଧାରଣାର ସମୟ ଓ ସ୍ଥାନ
📅 ତାରିଖ: ୧୨ ଅକ୍ଟୋବର ୨୦୨୬(କ: ବ୍ଯୁ) ସୋମବାର ⏰ ସମୟ: ପୂର୍ବାହ୍ନ ୧୦ଟା
📌 ସ୍ଥାନ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ବାରିପଦା।
ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆମର ଦୃଢ଼ ଓ ବିନମ୍ର
ସାଙ୍ଗଠନିକ ମତଭେଦ, ବ୍ୟକ୍ତିଗତ ଭିନ୍ନମତ ଓ ଦଳୀୟ ସୀମାରେଖାକୁ ପଛରେ ପକାଇ ନିଜର ହକ୍, ସ୍ୱାଭିମାନ ଓ ସୁରକ୍ଷା ପାଇଁ ଏକଜୁଟ୍ ହୁଅନ୍ତୁ। ଏହି ଆନ୍ଦୋଳନ କେବଳ ଗୋଟିଏ ସଙ୍ଗଠନର ନୁହେଁ, ଏହା ସମଗ୍ର ସାମ୍ବାଦିକ ସମାଜର ନ୍ୟାଯ୍ୟ ଅଧିକାରର ଲଢ଼େଇ। ଆମେ କଲମ ଧରୁଛୁ ସତ୍ୟ ପାଇଁ, ଆମେ ସ୍ୱର ଉଠାଉଛୁ ଜନସାଧାରଣଙ୍କ ପାଇଁ। ତେଣୁ ଆମର ଅଧିକାର ଓ ସୁରକ୍ଷା ପ୍ରଶ୍ନରେ ଆମେ ନୀରବ ରହିପାରିବା ନାହିଁ। ଆମର ଏକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆମର ଶାନ୍ତିପୂର୍ଣ୍ଣ ପ୍ରତିବାଦ ହିଁ ଆମର ଗଣତାନ୍ତ୍ରିକ ଅଧିକାରର ସ୍ୱର। ଆମର ସାମୂହିକ ସଂଗ୍ରାମ ହିଁ ନ୍ୟାଯ୍ୟ ଦାବିକୁ ଦୃଢ଼ତାର ସହ ଉପସ୍ଥାପନ କରିବାର ମାଧ୍ୟମ।
ଆସନ୍ତୁ, ୧୨ ଅକ୍ଟୋବରରେ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହେବା। ଆମ ଉପସ୍ଥିତି, ଆମ ଏକତା ଓ ଆମର ଦୃଢ଼ ସ୍ୱର ମାଧ୍ୟମରେ ସାମ୍ବାଦିକ ସମାଜର ନ୍ୟାଯ୍ୟ ଦାବିକୁ ଶକ୍ତିଶାଳୀ କରିବା।
ସାମ୍ବାଦିକଙ୍କ ସ୍ୱାଭିମାନ ଅମର ରହୁ। ସାମ୍ବାଦିକଙ୍କ ସୁରକ୍ଷା ଆମର ଅଧିକାର। ଅଧିକାର ପାଇଁ ସଂଗ୍ରାମ ଆମର ସଂକଳ୍ପ। ଏକତା ଆମର ଶକ୍ତି, ନ୍ୟାୟ ଆମର ଲକ୍ଷ୍ୟ। ✊ ଆସନ୍ତୁ, ଶାନ୍ତିପୂର୍ଣ୍ଣ ଭାବେ ଏକଜୁଟ୍ ହେବା ଓ ଆମ ସାମ୍ବାଦିକଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ସ୍ୱର ଉଠାଇବା🙏
ବିପ୍ଳବୀ ଅଭିନନ୍ଦନ ଓ ସଂଗ୍ରାମୀ ସଲାମ ସହ,
ବିନୀତ, ଆବାହକ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ବାରିପଦା, ମୟୂରଭଞ୍ଜ
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)