ପ୍ରଣମ୍ୟ ପ୍ରଣାମ ସମ୍ମାନ ସମାରୋହ ଅନୁଷ୍ଠିତ

ବଡଚଣା,୪/୧୦(କବ୍ୟୁ) :ବଡଚଣା ବ୍ଲକ୍ ବାଲିଚନ୍ଦ୍ରପୁର ସ୍ଥିତ ଗୁରୁପୂଜନ ସମିତି ର ୬ଷ୍ଟ ବାର୍ଷିକ ଉତ୍ସବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କୁ ପ୍ରଣମ୍ୟ ପ୍ରଣାମ ସମ୍ମାନ ପ୍ରଦାନ କରା ଯାଇଛି। ଅକରପଡ଼ା ସ୍ଥିତ ସୁନନ୍ଦା ମଣ୍ଡପ ପରିସରରେ ଆୟୋଜିତ ଉତ୍ସବରେ ସମିତିର ସଭାପତି ସାମ୍ବାଦିକ ଭକ୍ତ ଚରଣ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବକୁ ଅବସର ପ୍ରାପ୍ତ ଶିଳ୍ପ ବିଭାଗ ର ଯୁଗ୍ମ ସଚିବ ଗଙ୍ଗାଧର ରାଉତରାୟ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ସ୍ୱାମୀ ବିବେକାନନ୍ଦ ଆବାସିକ ବିଦ୍ୟାଳୟର ପ୍ରତିଷ୍ଟାତା ଇଂ ଜ୍ୟୋତି ପ୍ରକାଶ ସାହୁ,ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡ ଭାଗ୍ୟଧର ସାହୁ ଯୋଗଦେଇ ଶ୍ରୀ ମାହାଲା ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନିତ କରିଥଲେ।ଅଧ୍ୟାପକ ସଂଗ୍ରାମ କେଶରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସଂପାଦକ ମନୋଜ କୁମାର ପରିଡା ବାର୍ଷିକ ବିବରଣୀ ପାଠ କରିଥଲେ। ଶେଷରେ କବି ରୁଦ୍ର ପ୍ରସନ୍ନ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *