
ବଡଚଣା,୪/୧୦(କ ବ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ କୁନ୍ଦଳ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ଗରଗାଲି ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସିଂହଙ୍କୁ ବଡଚଣା ବ୍ଲକ୍ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଲୋପାମୁଦ୍ରା ରାଉତରାୟ ମଣ୍ଡଳ କାର୍ଯ୍ୟାଳୟ ଠାରେ ଫାଇନାଲ୍ ପେନସନ ସହିତ ଜି ଆଇ ଏସ ପ୍ରଦାନ କରିବା ସହିତ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ। ମଣ୍ଡଳ କାର୍ଯ୍ୟାଳୟ ରେ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ସମ୍ବର୍ଧନା ଦେବା କାର୍ଯ୍ୟଟି କୌଣସି କାରଣରୁ ଦୀର୍ଘ ଦିନ ହେଲା ବନ୍ଦ ରହିଥିଲା, ମାତ୍ର ନୂତନ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରାଉତରାୟ ଯୋଗଦେବା ପରେ ଏହା ପୁନଃ ପ୍ରଚଳନ ହେବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏଥି ସହିତ ସ୍ଵେଛାକୃତ ଅବସର ନେଇଥିବା ଉଦୟ ନଗର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସ୍ବାଇଁ ଙ୍କୁ ମଧ୍ୟ ୨ମାସର ପ୍ରୋଭିଜ୍ ନାଲ ପେନସନ ପ୍ରଦାନ କରିବା ସହିତ ଦୁଇ ଅବସର ନେଉଥିବା ପ୍ରଧାନ ଶିକ୍ଷକ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସମେତ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ପୃଷ୍ଟି, ମୁଖ୍ୟ କିରାଣୀ ନିହାର ରଞ୍ଜନ ଜେନା, ଭାଗ୍ୟଧର ସାମଲ, ଶୁଭ ନାରାୟନ ପରିଜା, ରାମ କୃଷ୍ଣ ସାହୁ, ସୁବ୍ରତ ମହାପାତ୍ର, ଅରବିନ୍ଦ ଜେନା, ରସ୍ମିରେଖା ପଣ୍ଡା, ପ୍ରତିମା ପଣ୍ଡା, ଗଣେଶ ପ୍ରାସାଦ ସିଂହ, ବସନ୍ତ କୁମାର ରାଉତ ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ଅବସର ଦିନ ପ୍ରଧାନ ଶିକ୍ଷକ ଙ୍କୁ ପେନସନ ପ୍ରଦାନ କଲେ ବ୍ଲକ୍ ଶିକ୍ଷା ଅଧିକାରିଣୀ।
ବଡଚଣା,୪/୧୦(କ ବ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ କୁନ୍ଦଳ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ଗରଗାଲି ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସିଂହଙ୍କୁ ବଡଚଣା ବ୍ଲକ୍ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଲୋପାମୁଦ୍ରା ରାଉତରାୟ ମଣ୍ଡଳ କାର୍ଯ୍ୟାଳୟ ଠାରେ ଫାଇନାଲ୍ ପେନସନ ସହିତ ଜି ଆଇ ଏସ ପ୍ରଦାନ କରିବା ସହିତ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ। ମଣ୍ଡଳ କାର୍ଯ୍ୟାଳୟ ରେ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ସମ୍ବର୍ଧନା ଦେବା କାର୍ଯ୍ୟଟି କୌଣସି କାରଣରୁ ଦୀର୍ଘ ଦିନ ହେଲା ବନ୍ଦ ରହିଥିଲା, ମାତ୍ର ନୂତନ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରାଉତରାୟ ଯୋଗଦେବା ପରେ ଏହା ପୁନଃ ପ୍ରଚଳନ ହେବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏଥି ସହିତ ସ୍ଵେଛାକୃତ ଅବସର ନେଇଥିବା ଉଦୟ ନଗର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସ୍ବାଇଁ ଙ୍କୁ ମଧ୍ୟ ୨ମାସର ପ୍ରୋଭିଜ୍ ନାଲ ପେନସନ ପ୍ରଦାନ କରିବା ସହିତ ଦୁଇ ଅବସର ନେଉଥିବା ପ୍ରଧାନ ଶିକ୍ଷକ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସମେତ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ପୃଷ୍ଟି, ମୁଖ୍ୟ କିରାଣୀ ନିହାର ରଞ୍ଜନ ଜେନା, ଭାଗ୍ୟଧର ସାମଲ, ଶୁଭ ନାରାୟନ ପରିଜା, ରାମ କୃଷ୍ଣ ସାହୁ, ସୁବ୍ରତ ମହାପାତ୍ର, ଅରବିନ୍ଦ ଜେନା, ରସ୍ମିରେଖା ପଣ୍ଡା, ପ୍ରତିମା ପଣ୍ଡା, ଗଣେଶ ପ୍ରାସାଦ ସିଂହ, ବସନ୍ତ କୁମାର ରାଉତ ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।