
ପାରାଦୀପ : ପାରାଦୀପ ବନ୍ଦର ସହର କବର ଖାନା, ଜିଯେଆଇ, ବୃନ୍ଦାବନ କଲୋନୀ, ମଙ୍ଗଳା ପିଠ ,ସବଷ୍ଟେସନ , ଗୋପାଳ ଜିଉ କଲୋନୀ, କ୍ୟାବିନି ମର୍କେଟ,ମଧୁବନ ପ୍ରଭୃତି ଏରିଆରେ ବସ ବାସ କରୁଥିବା ହଜାର ହଜାର ଲୋକ ପିପିଏଲ ଆମୋନିଆ ଗ୍ୟାସ୍ ଛାଡ଼ିବାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପିପିଏଲ ରୁ ଛଡ଼ା ଯାଉଥିବା ଆମୋନିଆ ଗ୍ୟାସ୍ କାରଣ ରୁ ଯାତାୟାତ କରିବା ବେଳେ ଆଖିନାକ ପୋଡିବା ସହ ଦୂରକୁ ଚାହିଁ ହେଉ ନ ଥିବା କାରଣ ରୁ ବାଇକୀ ଚାଳକ ମାନେ ଗାଡ଼ି ଚାଇବାରେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖା ଯାଉଛି l ଆଖିନାକ୍ ପୋଡୁଥିବା ହେତୁ ରାସ୍ତା କୁ ଚାହିଁ ନ ହେବାରୁ ଏକ୍ସିଡେଣ୍ଟ ହେବାର କଥାକୁ ଏଡାଇ ଦିଆ ଯାଇ ନପାରେ.l ପବନର ଗତି ସ୍ଥିର ହୋଇ ଗଲେ ବୃନ୍ଦାବନ କଲୋନୀେ ଅଞ୍ଚଳରେ ରହୁଥିବା ଜନ ସାଧାରଣ ଘରର କବାଟ ମଧ୍ୟ ଖୋଲି ପାରୁ ନ ଥିବା ବେଳେ ଛୋଟ ଛୋଟ ପିଲା ଙ୍କ ଚଳିବାରେ କି ଭଳି ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ତାହା ନିଜ ଆଖିରେ ନ ଦେଖିଲେ କହି ହେବ ନାହିଁ l ଏହି ଆମୋନିଆ ଗ୍ୟାସ୍ କାରଣ ରୁ ବହୁ ଜନ୍ ସାଧାରଣ ରୋଗା କ୍ରାନ୍ତ ହେବା ସହ ଦେହ ସାରା ବିଭିନ୍ନ ପ୍ରକାର ଚର୍ମ ରୋଗ ରେ ଅର୍କାନ୍ତ ହେଉଥିବା ଦେଖିବାକୁ ମିଳୁଛି l ଛୋଟ ପିଲାଙ୍କ କଥା ନକହିଲେ ଭଲ ଏମିତିକି ସେମାନେ ଯେହେତୁ ଛୋଟ ପିଲା ସେମାନ ଯାତାୟତ ରେ ଆମୋନିଆ ଗ୍ୟାସ୍ ର ଗନ୍ଧ କୁ ନିଃଶ୍ୱାସ ପ୍ରସ୍ୱାସ ରେ ନେଉଥିବା କାରଣରୁ ହୃଦ୍ ରୋଗ ଜନିତ ପିଡାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି l ଯଦି ଏବେ ଠାରୁ ସେମାନେ ସୁସ୍ଥ ନ ରୁହନ୍ତି ତେବେ ଆଗାମୀ ଭବିଷ୍ୟତ ରେ କଣ ହେବ ସେମାନଙ୍କ ଅବସ୍ଥା ବୋଲି ବୁଦ୍ଧିଜୀବି ମାନେ ଚିନ୍ତା କରୁଥିବା ବେଳେ ସେହି ପିଲାମାନେ ଆଗକୁ କଣ କରିବେ ବୋଲି ଚିନ୍ତାର ବିଷୟ ପାଲଟିଛି l ଆଗକୁ ଜିବା ପୂର୍ବରୁ ଏବେଠୁ ସେମାନେ ରୋଗ ଗ୍ରସ୍ତ ହୋଇ ଯାଉଛନ୍ତି l କଣ କରିବେ ଆଗାମୀ ସମୟରେ l ପିପିଏଲ ପ୍ଲାଣ୍ଟ ବୃନ୍ଦାବନ କଲୋନୀ ପଛ ପଟକୁ ହୋଇ ଥିବା କାରଣ ରୁ ଚିମିଣି ରୁ ନିର୍ଗତ ଗ୍ୟାସ୍ ପାରାଦୀପ ର ବିଭିନ୍ନ ଅଞ୍ଚଳ କୁ ପ୍ରଭାବିତ କରୁଥିବା ବେଳେ ପବନ ର ଗତି ଅନୁସାରେ ଏହି ଗ୍ୟାସ୍ ଉଡୁଥିବା ରୁ ସାରା ପାରାଦୀପ ବାସି ଚଳ ପ୍ରଚଳ ହେବାରେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖା ଯାଉଛି l ଏଥି ପ୍ରତି ପିପିଏଲ କତୃପକ୍ଷ ଙ୍କର୍ କୌଣସି ନୀଘା ନଥିବା ଦେଖାଯାଇଥିବା ବେଳେ ଏଥିରେ ଅତିଷ୍ଟ ହେଉଥିବା ଜନ ସାଧାରଣ ଆଗମି ଦିନରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁବାର ଜଣା ଯାଇଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍