
ପାରାଦ୍ଵୀପ : ପାରାଦ୍ଵୀପ ଗତ ୨୨ ତାରିଖରେ ପାରାଦୀପ ବନ୍ଦର ପୋତା ଶ୍ରାୟରୁ ଓସିଏନ ଉଇନର୍ ଜାହଜ ମାଲ ବୋଝେଇ କରି ଚିନି ଅଭିମୁଖେ ଯାଇଥିବା ବେଳେ ପାରାଦୀପ ରୁ ୨୫୦ରୁ ୩୦୦ ନଟିକାଲ ମାଇଲି ଅର୍ଥାତ ୪୫୦ରୁ ୫୦୦ କିଲୋମିଟର ଯିବା ପରେ ହଟାତ ଟ୍ରାକିଙ୍ଗ ସିଷ୍ଟମରୁ ଉଭାନ ହୋଇ ଯାଇଥିଲା ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ସେହି ଜାହଜ ରେ ୨୪ ଜଣ କ୍ୟୁ ମେମ୍ବର ଥିବା ବେଳେ ୨ ଜଣ ଜୀବିତ ଥିବା ଖବର ମିଳିଥିଲା l ସେବେଠାରୁ ଦୀର୍ଘ ୬ ଦିନ ହେବ ଜୀବିତ ୨ କିୟୁ ମେମ୍ବର ଉଦ୍ଧାର ହୋଈ ନ ଥିବା ବେଳେ ଆଜି ଭାରତୀୟ ନୌସେନା ଓ କୋଷ୍ଟଗାଡ଼ ପକ୍ଷରୁ ବହୁ ଖୋଜା ଖୋଜି ପରେ ୨ କୀୟୁ ମେମ୍ବର ଙ୍କୁ ପାରାଦୀପ ପୋଲିସ ଜରୀଆରେ ପାରାଦୀପ କୁ ଅଣାଯାଇ ଥିଲା l ପ୍ରଥମେ ସେମାନଙ୍କୁ ମେଡିକାଲ୍ ଟିଟିମେନ୍ଟ କରାଯାଇ ପ୍ରାଥମିକ ତଦନ୍ତ ଚାଲୁ ରହିଥିବା ବେଳେ ସେମାନେ ଚିନି ର ଲୋକ ହୋଇଥିବାରୁ ସଂପୂର୍ଣ ପରିଚୟ ମିଳି ପାରିନଥିବା ଜଣା ଯାଇଛି l ଚିନି ଭାଷାର ଟ୍ରାଂଶ ଲେଶନ କରିବା ପାଇଁ ଚେଷ୍ଟା ଚାଲିଥିବା ବେଳେ ଆଗକୁ କିପରି ଏ ଭଳୀ ଅଘଟଣ ଘଟିଲା ତାହା ସମ୍ପୂର୍ଣ ଜଣା ପଡ଼ିବା ସହ ଅନ୍ୟ ୨୨ ଜଣ କିୟୂ ମେମ୍ବର କୁଆଡେ ଗଲେ ତାହା ଜଣା ପଡ଼ିବ ଏଥିନେଇ ପାରାଦୀପ ଆଡିଶିନାଲ ଏସପି ସୁଚନା ଦେଇ ଛନ୍ତି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍