
କଟକ, ୨୭।୦୮: କଟକ କଲେଜ ଛକସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ ଉତ୍ସବ ସହ ପ୍ରଭୁ ବଳଭଦ୍ର ଦେବଙ୍କ ଜନ୍ମଜୟନ୍ତୀ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରାତଃ ୮ଟା ସମୟରେ ପ୍ରଭୁ ବଳଭଦ୍ରଙ୍କ ପୂଜାର୍ଚ୍ଚନା ପରେ ଗୋପୂଜନ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ରକ୍ଷାବନ୍ଧନ ଉତ୍ସବରେ ସହପ୍ରାନ୍ତ ଓ ଉତ୍ତରପୂର୍ବ ସଂଭାଗର ଶୈକ୍ଷିକ ସଂଯୋଜକ ମନୋରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ଷାବନ୍ଧନର ମହତ୍ତ୍ୱ ଓ ଭାଇଚାରାର ସନ୍ଦେଶ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଡ. ସୌମ୍ୟରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ନୂତନ ଶିଶୁବାଟିକା ଗୃହର ଶୁଭ ଉଦ୍ଘାଟନ ମୁଖ୍ୟ ଅତିଥି ମନୋରଞ୍ଜନ କରଙ୍କ କରକମଳରେ ସମ୍ପନ୍ନ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
ଶିଶୁବାଟିକା ପ୍ରମୁଖ କାନନବାଳା ରାୟ ଓ ଉତ୍ସବ ପ୍ରମୁଖ ଶରତଚନ୍ଦ୍ର ସାହୁଙ୍କ ସହଯୋଗରେ ଉତ୍ସବଟି ସରସ ଓ ସୁନ୍ଦର ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାମାନେ ଛାତ୍ରଛାତ୍ରୀଙ୍କ ସହ ବସ୍ତି ଓ ଯଶୋଦା ସଦନରେ ରାକ୍ଷୀ ବାନ୍ଧି ଭାଇଚାରା ଓ ସ୍ନେହର ବାର୍ତ୍ତା ପ୍ରଚାର କରିଥିଲେ। ଶେଷରେ ଦିବାପର୍ଯ୍ୟାୟ ପ୍ରମୁଖ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।