ଗେରୁଆମୟ ରାଜଗାଙ୍ଗପୁର ରେଳ ଷ୍ଟେସନ


ରାଜଗାଙ୍ଗପୁର (କ.ବ୍ୟୁ.) : ଆଜିର ତୃତୀୟ ପାଳି ସୋମବାର ପଶ୍ଚିମ ଓଡିଶାର ବିଖ୍ୟାତ ଐତିହାସିକ ଶୈବ୍ୟ ପୀଠ ଘୋଗରଧାମରେ ପ୍ରବଳ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା l ଭକ୍ତ ମାନେ ରାଉରକେଲା ନିକଟସ୍ଥ ପବିତ୍ର ସ୍ଥଳ ବେଦବ୍ୟାସ ମନ୍ଦିର ନିକଟ ତ୍ରିବେଣୀ ସଙ୍ଗମ ବୈତରଣୀ ନଦୀ ତଟରୁ ପବିତ୍ର ଜଳକୁ ନେଇ ପ୍ରସିଦ୍ଧ ଶୈବ୍ୟ ପୀଠ ଘୋଗର ବାବାଙ୍କୁ ଜଳା ଅଭିଷେକ ପାଇଁ ଲମ୍ବା ଧାଡିରେ ଠିଆ ହୋଇ ବାବାଙ୍କୁ ଜଳାଅଭିଷେକ କରିବା ପରେ ବିଭିନ୍ନ ମାଧ୍ୟମରେ ରାଜଗାଙ୍ଗପୁର ରେଳ ଷ୍ଟେସନକୁ ଆଗମନ କରି ଗେରୁଆ ବସ୍ତ୍ର ପରିଧାନରେ ଛତିଶଗଡ଼ ଝାରଖଣ୍ଡ ଏବଂ ପଶ୍ଚିମ ଓଡିଶାରୁ ଆସିଥିବା ଭକ୍ତମାନେ ପ୍ରଭାତ ସମୟ ରୁ ଟ୍ରେନ ଯୋଗେ ଯିବାପାଇଁ ଷ୍ଟେସନ ରେ ଅପେକ୍ଷା କରି ଥାନ୍ତି l ରେଳ ଷ୍ଟେସନରେ ଶାନ୍ତ ଶୃଙ୍ଖଳା ରଖା କରିବା ସହ ଭକ୍ତ ମାନେ ନିରାପଦ ରେ ରେଳ ଯୋଗେ ଯାଇ ପାରିବେ ଏହି ଉଧେଶ୍ୟକୁ ନେଇ ଜି ଆର ପି ଏବଂ ଆର ପି ଏଫ ଯବାନ ମାନେ ଗ୍ରସ୍ତ କରିଥାନ୍ତି l

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *