ରାଜଗାଙ୍ଗପୁର (କ.ବ୍ୟୁ.): ୧୭ ଅଗଷ୍ଟ ୨୦୨୬ ସୋମବାର ଦିନ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କଟାଙ୍ଗ ପଞ୍ଚାୟତ ଟୁଁଙ୍ଗୁରିଟୋଲୀ ଠାରେ ପୋଲିସ ଗୋମାଂସ ଜବତ କରି ଆସାମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି l ଲାଞ୍ଜିବେର୍ଣା ଫାଣ୍ଡି ଅଧିକାରୀ ପ୍ରୀତିରଞ୍ଜନ ପରିଡାଙ୍କ ନିର୍ଦ୍ଧେଶ କ୍ରମେ ଫାଣ୍ଡିର କାର୍ଯ୍ୟରତ ଏ ଏସ ଆଇ ରୁର୍ଦ୍ଧେଶ କୁମାର ମହାପାତ୍ର ଏବଂ ଶୁଶିଲ କୁମାର ମହାପାତ୍ର ଟୁଁଙ୍ଗୁରିଟୋଲୀ ଦିଲ୍ଲୀପକୁଜୁରଙ୍କ ଘର ପଛପଟ ଠାରେ ଗୋମାଂସ ବିକ୍ରି କରିବା ଉଦେଶ୍ୟରେ ରଖିଥିବା ବେଳେ ପୋଲିସ ଚଢ଼ାଉ କରି ପ୍ରାୟ 27 କେଜି ଗୋ ମାଂସ ଜବତ କରି ଦିଲ୍ଲୀପକୁ ଥାନାକୁ ଆଣି ତଦନ୍ତ ଜାରି ରଖିଥିବା ଜଣାଯାଇଛି l
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )