



ରାଜଗାଙ୍ଗପୁର (କ.ବ୍ୟୁ.) : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ସ୍ଥିତ ଗରିଆମାଲ ବାସିନ୍ଦା ପୂର୍ବତନ ଆର୍ମି ଯବାନ ସୁନୀଲ ଟିଗ୍ଗା (46) ଗତକାଲି ସନ୍ଧ୍ୟା ସାଢେ 6 ଘଟିକା ସମୟରେ ନିଜ YEZD (ବାଇଈଜେଡି) ବାଇକରୁ ଯାଉଥିବା ବେଳେ ରାଜଗାଙ୍ଗପୁର କେଶ୍ରାମାଳ ପୋଲ ଠାରେ ନକଟିନାଳ ପାଣିର ପ୍ରଖର ଶ୍ରୋତରେ ଭାସିଯାଇ ନିଖୋଜ ହୋଇଗଲେ । ଘଟଣା ରୁ ପ୍ରକାଶ ଯେ ସୁନୀଲ ତିଗା ଅବସର ଗ୍ରହଣ କରିବା ପରେ ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ହକି ଖେଳିବା ପ୍ରଶିକ୍ଷଣ ଦେବା ସହ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିଲେ l ଗତ କାଲି ସ୍ୱାଧୀନତା ଦିବସ ଉପଲକ୍ଷେ ରମାଵାହଲ ଠାରେ ହକି ଖେଳ ପ୍ରତିଯୋଗିତା ଦେଖିବା ସହ ତାଙ୍କୁ ସମ୍ମାନୀତ କରିବା ପାଇଁ ଆମନ୍ତ୍ରଣ କରା ଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ଶେଷ କରି ନିଜ ଘରକୁ ଫେରୁଥିବା ବେଳେ କେଶରମାଳ ଗ୍ରାମ ନିକଟ ବ୍ରିଜ ଉପରେ ଜଳ ସ୍ରୋତ ର ଅନୁମାନ କରି ନ ପରି ବାଇକରେ ବସି ବ୍ରିଜ ପାର ହେବାକୁ ଚେଷ୍ଟା କରି ଥିବା ବେଳେ ନିୟନ୍ତ୍ରଣ ହରାଇ ନଦୀ ଗର୍ଭରେ ବାଇକ ସହ ପଡି ଯାଇଥିଲେ । ଘଟଣାର ସୁଚନା ପାଇ ପୋଲିସ ଓ ଅଗ୍ନିଶମ ବିଭାଗର ଘଟଣାସ୍ଥଳ କୁ ପହୁଁଛି ଉଦ୍ଧାର କାର୍ଯ୍ୟ ଜାରିଥିଲା ମଧ୍ୟ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇ ସ୍ଥଗିତ ହେଲା ଓ କିଛି ସୁଫଳ ହୋଇପାରିଲା , ଆଜି ସକାଳ ପୁଣି ଅଗ୍ନିଶମ ବିଭାର ନିଜ ଟିମ ସହ ନିଖୋଜ ଯବାନକୁ ଖୋଜିବା ରେ ଲାଗିରହିଛି ପୁଲିଆରୁ ଆମଘାଟ ପର୍ଯ୍ୟନ୍ତ ଖୋଜାଖୋଜି ଜାରିରହିଛି । ଆର୍ମି ଯବାନ ର (YEZD) ବାଇଈଜେଡି ବାଇକ କ୍ରମାଙ୍କ ସଂଖ୍ୟା ଓଡ଼ି୧୪ଏଏ୮୬୦୮କୁ ଗ୍ରାମବାସୀ ମିଳିମିଶି ନକଟିନାଳ ପାଣିରୁ ବାହାର କରିଛନ୍ତି । ଘଟଣାସ୍ଥଳରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ. ରାଜନ ଏକ୍କା, କେଶ୍ରାମାଳ ସରପଞ୍ଚ ବିନୟ ଭୂଷଣ ବାର୍ଳା, ପୁଲିସ ପ୍ରଶାସନ ସମସ୍ତେ ଆର୍ମି ଯବାନ ସୁନୀଲ ତିଗ୍ଗାର ରେସକ୍ୟୁ ପାଇଁ ଲାଗି ରହିଛନ୍
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )