ବଡଚଣା, ୧୭/୮(କ ବ୍ୟୁ) : ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ପକ୍ଷରୁ ୮୦ତମ ସ୍ଵାଧିନତା ଦିବସ ସଂଘ କାର୍ଯ୍ୟଳୟ ଠାରେ ପାଳିତ ହୋଇଯାଇଛି। ସଙ୍ଘର ସଭାପତି ଅଜାମ୍ୱର ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶର ସ୍ଵାଧିନତା ପାଇଁ ବଳିଦାନ, ତ୍ୟାଗ, ଆତ୍ମବଳୀ ଦେଇଥିବା ମହାମନିଷୀ ଙ୍କୁ ମନେ ପକାଇବା ଓ ସେମାନଙ୍କ ନିତି ଆଦର୍ଶରେ ଅନୁପ୍ରାଣୀତ ହେବା କୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦନ କୁମାର ନାୟକ, ପ୍ରଭାତ କୁମାର ରାଉତ, ରଜନୀକାନ୍ତ କର, ପ୍ରଦୀପ୍ତ କୁମାର ବେହେରା, ଅରୁଣ କୁମାର ମହାନ୍ତି, ସନା ଵାବୁ ପ୍ରମୁଖ ଉପସ୍ଥିତ ଥିଲେ।