ବାରିପଦା/ଖଣ୍ଡଦେଉଳା
ତା୧୪/୦୮/୨୦୨୬(କ: ବ୍ଯୁ) : ମୟୂରଭଞ୍ଜ ଜିଲ୍ଲାର ଲଗାଣ ବର୍ଷାରୁ ସୃଷ୍ଟ ବୁଢାବଳଙ୍ଗ ବନ୍ୟା ବେତନଟୀ ବ୍ଳକର ପାଟୋଳୀପୁରା ପଞ୍ଚାୟତ ଅନ୍ତର୍ଗତ ୬ ଗୋଟି ୱାର୍ଡ (ନାଖରା ଠାରୁ ଖଣ୍ଡଦେଉଳା) ପର୍ଯ୍ୟନ୍ତ ସମସ୍ତ ଗାଁ ଲୋକେ ଗତ ୧୩/୦୮/୨୦୨୬ ଠାରୁ ଜଳବନ୍ଦୀ ଜୀବନ ବିତାଉଥିବା ବେଳେ ବୁଢ଼ାବଳଙ୍ଗ ନଦୀବନ୍ଯା ଧୋଇନେଇଥିବା ଜୀବନଜୀବିକା ସମସ୍ତଙ୍କୁ ତୀବ୍ର ମର୍ମାହତ କରିଛି।ଏପରିସ୍ଥଳେ ଜଳବନ୍ଦୀ ଅବସ୍ଥାରେ ଥାଇ ପିଲା-ଛୁଆ,ଗୋରୁ-ଗାଈ,ଛେଳି ଇତ୍ୟାଦି ଗୃହପାଳିତ ଙ୍କୁ ନେଇ ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସରକାରୀ ସହାୟତା ସାଧାରଣ ଦାବୀ ହେଉଅଛି।
ଦୀନବନ୍ଧୁ ବାରିକ
(ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି)