ରାଇରଙ୍ଗପୁର ରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଅଭିଯାନବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାହାରିଲା ବିଶାଳ ପଦଯାତ୍ରା ,୧୦୦ ମିଟର ଦୀର୍ଘ ଜାତୀୟ ପତାକା ଧରି ନଗର ପରିକ୍ରମା କଲେ ଶତାଧିକ ଊର୍ଦ୍ଧ୍ୱ ଜନ ସାଧାରଣ ଓ ଛାତ୍ରଛାତ୍ରୀ

*ରାଇରଙ୍ଗପୁର(କ: ବ୍ଯୁ) ତା୧୩/୦୮/୨୦୨୬ ହର ଘର ତ୍ରିରଙ୍ଗା – ୨୦୨୬’ ଅଭିଯାନ ଉପଲକ୍ଷେ ଆଜି ବାମନଘାଟୀ ଉପଖଣ୍ଡ ପ୍ରଶାସନ ତତ୍ୱାବଧାନରେ ରାଇରଙ୍ଗପୁର ପୌରପାଳିକା ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବର୍ଣ୍ଣାଢ୍ୟ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଅପରାହ୍ନ ୨.୦୦ ଘଟିକା ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏହି ବିଶାଳ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ଶୁଭାରମ୍ଭ ଭବ୍ୟ ସମାରୋହର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ଶ୍ରୀଯୁକ୍ତ ଅଜିତ କୁମାର ଯୋଗ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଓ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ, ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ଅନିତା ରାଣୀ ମହାନ୍ତ, ତହସିଲଦାର ଭବାନୀ ପ୍ରସାଦ ସାହୁ,ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ଏହାପରେ ମୁଖ୍ୟ ଅତିଥି ପତାକା ଦେଖାଇ ରାଲିର ଶୁଭ ଉଦ୍‌ଘାଟନ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ, ସମଗ୍ର ଦେଶରେ ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହେଉଛି। ଏହି ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇ ଦେଶର ଗୌରବମୟ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶଭକ୍ତିର ଭାବନାକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରାପ୍ତ ହୋଇଛି।”

ଏହି ଶୋଭାଯାତ୍ରାର ସ୍କୁଲ-କଲେଜର ଏହି ରାଲିଟି ଦୁର୍ଗା ମଣ୍ଡପ ଛକ, ମେଡିକାଲ ଛକ ଦେଇ ପରିକ୍ରମା କରିବା ପରେ ପୂନର୍ବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଏହାର ସମପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶ୍ରୀ ଅଭିଷେକ ପଟ୍ଟନାୟକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଇତ୍ୟାଦି ବିଭିନ୍ନ ବର୍ଗର ଶତାଧିକ ଲୋକ ସାମିଲ ହୋଇ ଜାତୀୟ ପତାକା ପ୍ରତି ଅପୂର୍ବ ଉତ୍ସାହ ପ୍ରଦର୍ଶନ କରିଥିଲେ।

ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ପ୍ରାୟ ୧୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା। ସ୍କୁଲ-କଲେଜର ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ସାଧାରଣ ଜନତା ସମ୍ମିଳିତ ରାଲିରେ ଗୌରବର ସହ ଏହି ଦୀର୍ଘ ପତାକାକୁ ବହନ କରି ସମଗ୍ର ନଗର ପରିକ୍ରମା କରିଥିଲେ।
ଅଧ୍ୟାପକ ଶ୍ରୀ ବିଜୟ ରାମ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *