
ପାରାଦୀପ : ପାରାଦୀପ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପାରାଦୀପ ପୌର ପରିଷଦର ବିଭିନ୍ନ ୱାର୍ଡ ରେ ସ୍ୱିଛତା କାର୍ଯ୍ୟ କ୍ରମ ଚାଲିଥିବା ବେଳେ ଆଜି ପାରାଦୀପ ପୌର ପରିଷଦ ୧୧ ନମ୍ୱର୍ ୱାର୍ଡ ରେ ସ୍ଵିଛତା ଅଭିଯାନ କରାଯାଇ ଥିଲା l ଏହି କାର୍ଯ୍ୟ କ୍ରମ ରେ ୧୧ ନମ୍ୱର୍ ୱାର୍ଡ ରେ ବସ୍ତି ସଫେଇ କାର୍ଯ୍ୟ କ୍ରମ କରାଯାଇ ଥିବା ବେଳେଏଥିରେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବସନ୍ତ କୁମାର ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା , ପାରାଦୀପ ପୌର ପରିଷଦ ର ବହୁ ଅଧିକାରି ଯୋଗ ଦେଇ ଥିବା ବେଳେ, ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ସର୍ବେଶ୍ଵର ବଳିୟାର ସିଂହ, ପାରାଦୀପ ପୌର ପରିଷଦ ୧୧ ନମ୍ୱର୍ ୱାର୍ଡ ର ପରିଷଦ ପ୍ରଭାତୀ ନାୟକ, ପାରିଷଦ ୯ ନମ୍ୱର୍ ୱାର୍ଡ ର ସୁବ୍ରତ କୁମାର ପ୍ରଧାନ, ପାରିଷଦ ଅଜିତି ଷଡ଼ଙ୍ଗୀ ଏଥିସହ ବହୁ ୱାର୍ଡ ର ପାରିଷଦ ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏଥିରେ ୧୧ ନମ୍ୱର୍ ର ବହୁ ବୁଦ୍ଧିଜୀବି, ଯୁବ ଗୋଷ୍ଟି , ସ୍ୱୟସହାୟକ ଗୋଷ୍ଠୀ ର ବହୁ ମହିଳା କର୍ମୀ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତ୍ୟେକ ୱାର୍ଡ ରେ ସ୍ୱୋଛତା କାର୍ଯ୍ୟ କ୍ରମ ଉପଲକ୍ଷେ କୃତ୍ କାର୍ଯ୍ୟ କରିଥିବା ବିଭିନ୍ନ ସ୍କୁଲର ଓ କଲେଜ୍ ରେ ପାଠ ପଢ଼ୁଥିବା ପିଲା ମାନଙ୍କୁ ପୁରର୍କୃତ କରାଯାଇ ଥିବା ବେଳେ ୧୧ ନମ୍ୱର୍ ୱାର୍ଡ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସକୃତ ମଧ୍ୟ କରାଯାଇ ଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍