
ପାରାଦ୍ଵୀପ କୁଜଙ୍ଗ ପୋଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଅନୁସାରେ କୁଜଙ୍ଗ ଅଞ୍ଚଳର ପାନପଲି ଗ୍ରାମରେ ୮/୧୦ ଜଣ ବେକ୍ତୀ ବେଆଇନି ଜୁଆ ଖେଳୁଥିବା ଖବର ପାଇ କୁଜଙ୍ଗ ଥାନା ଅଧିକାରୀ ଙ୍କ ନେତୃତ୍ୟୋ ରେ ରାତ୍ରି ପ୍ରାୟ ୮/୩୦ ରେ ଏକ ଟିମ ପହଞ୍ଚି ଥିଲେ l ସ୍ଥାନୀୟ ଅଭିଯୋଗ କାରୀଙ୍କ ଉପସ୍ଥିତିରେ ଘରର ପ୍ରଥମ ମହଲାରେ ଚଢାଉ କରି ଥିଲେ। ପୋଲିଶ କୁ ଦେଖି ଅଭିଯୁକ୍ତ ମାନେ ଖସି ଯିବାକୁ ଚେଷ୍ଟା କରିଥିଲେ l ଉକ୍ତ ଜୁଆ ଖେଳ ରେ ୧୦ଜଣ ସାମିଲ ଥିବା ବେଳେ ସେମାନେ ପୋଲିସ କୁ ଅତର୍କିତ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ l ଉକ୍ତ ଘରେ ଥିବା ବାସନ କୁସନ୍ ମଧ୍ୟ ପୋଲିସ ଉପରକୁ ଫିଙ୍ଗି ଥିଲେ l ଏହି ଜୁଆ ଖେଳ ତିନିପତି ତାସ ଟଙ୍କା ବାଜି ଲଗାଇ ଖେଳୁ ଥିବାର ଦେଖିବାକୁ ମିଳିଥିଲା l ଏଥିରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିଲା l ଏହି ୧୦ ଜଣ ଅଭିଯୁକ୍ତ ହେଲେ (୧) ସୁକାନ୍ତ ବେହେରା -୩୯ ପିତା ଧର୍ମାନନ୍ଦ ବେହେରା , କୁଜଙ୍ଗ (୨) ସୃତି ରଞ୍ଜନ ବିଶ୍ୱାଳ -୪୦ ପିତା ସାରଥି ଚନ୍ଦ୍ର ବିଶ୍ଵାଳ ମଲିପୁର,(୩) ଶିବବ୍ରତ ମାର୍ଗ ୩୯ ପିତା କ୍ଷୀରୋଦ ମାର୍ଗ, ମଲିପୁର (୪) ରାଜ କିଶୋର ସ୍ବାଇଁ ୪୨ ପିତା ଧୂର୍ବ ଚରଣ ସ୍ୱାଇଁ,ପାନପଲି,/ ବେଣୁଧର ପାଣି ୫୧ ପିତା ବିଷ୍ଣୁ ଚରଣ ପାଣି, ପାନପଲି/ ସହଦେବ ବେହେରା ୪୦ ପିତା ବୈରାଗୀ ବେହେରା, ପାନପଲି/ସୁଶାନ୍ତ ଦାସ ୪୩ ପିତା ବିଷ୍ଣୁ ଦାସ, ପାନପଲି /ସାଗର ଦାସ ୩୫ ପିତା ଶତ୍ରୁଘ୍ନ ଦାସ, ପାନପଲି,, କୁଜଙ୍ଗ/କୁମର ବେହେରା ୨୩ ପିତା ନିତ୍ୟାନନ୍ଦ ବେହେରା, ଅଭୟଚାନ୍ଦ ପୁର, ତିଲୋଚନ ପୁରୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତ ଜଗତ ସିଂହ ପୁର ଜିଲ୍ଲାର ହୋଇଥିବା ଜନଯାଇଛି l ସମସ୍ତ ଅଭିଯୁକ୍ତଙ୍କୁ କେଶେ ନମ୍ୱର୍ ୧୨୬/୨, ୧୧୫/୨,୨୯୬/୧୩୨,/୧୧୧,/୨,୧୧୧/୩,୧୨୫(କ)୧୨୧/୧,୧୨୧/୨/୩୫୨/୧୧୨/୨,୩୫୧/୩,(୩)(୫) ଓଡିଶା ଜୁଆ ନିବାରଣ ଆଇନୀ ୧୯୯୫ର ଧାରା (୩) ରେ କେସେ ରୁଜୁ କରାଯାଇ ଥିବା ବେଳେ ୧୩/୮/୨୬ସକାଳେ ମାନ୍ୟବର କୋଟରେ ହଜାର କରାଯାଇଛି l
ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍