ଚଣ୍ଡିଖୋଲ ୧୩/୮(କ.ଵ୍ୟୁ ) (ପ୍ରଶାନ୍ତ ଜେନା) : ଯାଜପୁର ଜିଲ୍ଲା ଶ୍ରମ ବିଭାଗ, ଶିଶୁ ସହାୟ କେନ୍ଦ୍ର ଓ ରୁଚିକା ସମାଜ ମଙ୍ଗଳ ର ମିଳିତ ଭାବେ ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳ ରୁ ୩ଜଣ ଶିଶୁଶ୍ରମିକ ଉଦ୍ଧାର କରାଯାଇଛି। ଆଜି ଚମ୍ପାପୁର ହାଟ ଓ ଛତିଆ ବଜାର ନିକଟରେ ଥିବା ଦୁଇଟି ଗ୍ୟାରେଜ ରୁ କାମକରୁ ଥିବା ସମୟରେ ବୈରୀ ପୋଲିସ ଓ ଶ୍ରମ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରିଥିଲେ। ଏମାନେ କଟକ ଜିଲ୍ଲାର ମାହାଙ୍ଗା ଥାନାର ଦୁଇଜଣ ହୋଇଥିବା ବେଳେ ଅନ୍ୟଜଣେ ଟାଙ୍ଗୀ ଥାନା ଅଞ୍ଚଳ ର ବୋଲି ଶ୍ରମ ଅଧିକାରୀ ଙ୍କ ଠାରୁ ପ୍ରକାଶ। ଏମାନଙ୍କ ବୟସ ୧୪ରୁ ୧୫ବର୍ଷ ଭିତରେ ବୋଲି ଜଣାଯାଇଛି। ଏହି ଚଢ଼ାଉ ରେ ଶ୍ରମବିଭାଗ ପକ୍ଷରୁ ସୁଶ୍ରୀ ସଂଗୀତା ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ବରେନ୍ଦ୍ର କୃଷ୍ଣ ଦାସ, ଜିଲ୍ଲା ସଂଯୋଜକ ସେକ ଲ୍ୟାକୁଦିନ ସେନ ଓ ରୁଚିକା ସଂଯୋଜକ ଅରୁଣା ଦାସ ସାମିଲ ହୋଇଥିଲେ. ଶିଶୁମାନଙ୍କୁ ଉଦ୍ଧାର କରି ବୈରୀ ଥାନାରେ ପହଞ୍ଚାଇ ପରେ ଅଧିକାରୀ ମାନେ ସେମାନଙ୍କୁ ଜିଲ୍ଲା ଶିଶୁ ଶ୍ରମ କାର୍ଯ୍ୟାଳୟ କୁ ନେଇଯାଇଛନ୍ତି। ପାରିବାରିକ ଅସୁବିଧା ଯୋଗୁ କାମକରି ପରିବାର ପୋଷଣ କରୁଥିବା ଉଦ୍ଧାର ଶିଶୁମାନେ କହିଛନ୍ତି ।