ଅଠର ବାଙ୍କୀ ମଦ କାଉଣ୍ଟରରେ ଅଚାନକ ଅବକାରୀ ବିଭାଗର ଚଢ଼ାଉ , ବ୍ଲାକ୍‌ ବେପାରୀଙ୍କ ନିଦ ହଜିଲା, ଜନସାଧାରଣଙ୍କ ପ୍ରଶଂସା


ପାରାଦୀପ : ​ପାରାଦୀପ ସ୍ଥିତ ଅଠରବାଙ୍କି ରେ ଥିବା ଏକ ମଦକାଉଣ୍ଟରରେ ଯାହାକି ବିଜୁ ମେମୋରୀୟଲ ହସ୍ପିଟାଲ ଜିବା ବାଟ ମୁଖ୍ୟ ରାସ୍ତାରେ ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ହଠାତ୍‌ ଚଢ଼ାଉ କରାଯାଇ ବ୍ୟାପକ ତନାଘନା ଜାରି କରାଯାଇ ଥିଲା। ପ୍ରଥମେ ଅମ୍ବିକା ପଡା ବସ୍ତିରେ ଅନିଲ କୁମାର ସାମଲ ବୟସ ୩୩ ହୋଥିବାବେଳେ, ପିତା ଶୁକ ଦେବ୍ ସାମଲ, ଗ୍ରାମ ଅଲିପୂର୍, ଥାନା ମାହାଙ୍ଗା ହୋଇଥିବା ବେଳେ ଆଉ ଜଣେ ଗଡବିନୀ ମହାନ୍ତି,ବୟସ,୨୮, ପିତା କମଳଲୋଚନ ମହାନ୍ତି, ଗ୍ରାମ କରଜଙ୍ଗା, ଥାନା କେନ୍ଦ୍ରାପଡ଼ା ହୋଇଥିବା ବେଳେ ସେମାନଙ୍କ ପାଖରୁ ୧୯, ଲିଟର ୩୪୦ଗ୍ରାମ ନକଲି ମଦଜବତ ହୋଇଥିବା ବେଳେ ଗୋଟିଏ ହିରୋ ଗ୍ଲାମର ବାଇକି ଜବତ କରାଯାଇ ଥିବା ଜଣା ଯାଇଛି l ଉକ୍ତ ବେକ୍ତିଙ୍କ ବୟନ ଫଳରେ ଅଠର ବାଙ୍କୀ ରେ ଥିବା ବିଦେଶୀ ମଦ ଦୋକାନ ରେ ଚଢାଉ କରି ସେଠାରୁ ଏ ୬,୭୫୦ ଲିଟର ନକଲି ବିଦେଶି ମଦ, ୪୫୫ଟି କର୍କ ବା ଠିପି, ୧୫୮ଟି ଖାଲି ବୋତଲ ଜବତ କରାଯାଇ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇ ଥିବା ଦେଖିବାକୁ ମିଳିଛି l ଜଣେ ବ୍ୟକ୍ତି ନକଲି ମଦ ତିଆରି କରି ବେବସାୟ କରୁଥିବା ଖବର ପାଈ ଅବକାରୀ ବିଭାଗ ପକ୍ଷର ଅଚାନକ ଚଢାଉ କରାଯାଇ କାରବାର ସନ୍ଦେହରେ ଅବକାରୀ ଅଧିକାରୀମାନେ ଏହି ଦୃଢ଼ ପଦକ୍ଷେପ ନେଇଛନ୍ତି। ବିଭାଗର ଏହି ଅଚାନକ କାର୍ଯ୍ୟାନୁଷ୍ଠାନ ଫଳରେ ଅଞ୍ଚଳର ବେଆଇନ୍‌ ମଦ ବେପାରୀଙ୍କ ନିଦ ହଜିଯାଇଛି।​ସୂଚନା ଅନୁଯାୟୀ, ଅବକାରୀ ଅଫିସରମାନେ ସମ୍ପୃକ୍ତ କାଉଣ୍ଟରରେ ଉପସ୍ଥିତ ରହି ଷ୍ଟକ୍‌, ବିକ୍ରି ରେକର୍ଡ ଏବଂ ଅନ୍ୟାନ୍ୟ କାଗଜପତ୍ରର ଗୁଡିକ ଯାଞ୍ଚ କରୁଛନ୍ତି। ​ଅନ୍ୟପଟେ, ଅବକାରୀ ବିଭାଗର ଏଭଳି ହଠାତ୍ ଚଢ଼ାଉ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଜନସାଧାରଣ ବେଶ୍‌ ପ୍ରଶଂସା କରିଛନ୍ତି। ବେଆଇନ୍‌ କାରବାର ଉପରେ ଏହିପରି ଚଢ଼ାଉ ଜାରି ରହିଲେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *