
ପାରାଦୀପ : ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଭାରତ ବିଭୂଷଣ ଶ୍ରୀଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ୍ ଲିଭିଂ ର ଉଚ୍ଚମାନର ସବୁ ବର୍ଗର ଜନତାଙ୍କ ପାଇଁ କର୍ମଶାଳା। ପାରାଦୀପ ରେ ୨୦୦୦ ମସିହା ରୁ ଏହି ଅନୁଷ୍ଠାନ ,ଯୋଗ ,ଧ୍ୟାନ,ସୁଦର୍ଶନ କ୍ରିୟା ସହ ବହୁ ସେବା ମୂଳକ କାର୍ଯ୍ୟ କରିଆସୁଛି । ଏହି ପରିପ୍ରେକ୍ଷୀରେ ପାରାଦୀପ ରେ ବିଜୟଚନ୍ଦ୍ରପୁର ତାରିଣୀଗଡା ଅଞ୍ଚଳ ରେ ଥିବା AM/NS କମ୍ପାନି ର ସହଯୋଗରେ କେବଳ ଯୋଗ ନୁହଁ ସୁଦର୍ଶନ କ୍ରିୟା ସହ କେଉଭଳି ଚିନ୍ତାମୁକ୍ତ ମନ୍ ,ସୁନ୍ଦରସ୍ବାସ୍ଥ୍ୟ ସୁରକ୍ଷା, ସମାଜ ପାଇଁ ସେବା ମୂଳକ ମନୋଭାବ ର ଉଦୟ ହୋଇପାରିବ ସେଥିପାଇଁ ଏକ ସୁନ୍ଦର ଆନନ୍ଦ ଅନୁଭୂତି ଶିବିର ର ଆୟୋଜନ କରାଯାଇଥିଲା।
ଏହି କର୍ମଶାଳା ରେ କେବଳ କମ୍ପାନୀ ର ନୁହଁ ପାରାଦୀପ ର ବହୁ ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏମ୍ ଏନ ଏସ ଜେନେରାଲ ମ୍ୟାନେଜର ହେଡେ ହ୍ୟୁମାନ ଶ୍ରୀଯୁକ୍ତ ସୁନିଲା ଦାସ(AM/ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଶ୍ରୀମତି ସୁପ୍ରିୟା ସ୍ୱାଇଁ ଏମଏନଏସ ଡିଜିଏମ୍// ଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଆର୍ଟ ଅଫ ଲିଭିଂ ର ବରିଷ୍ଠ ଯୋଗଗୁରୁ ଯୋଗଶାସ୍ତ୍ରୀ ଶ୍ରୀ ତାପସ ରଞ୍ଜନ ପତି ଏହି କର୍ମଶାଳା କୁ
ପରିଚାଳନା କରିଥିଲେ l
ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍