
ଚଣ୍ଡୀଖୋଲ, (କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ଦୀର୍ଘ ବର୍ଷ ଧରି ଆରଡ଼ବ୍ଲୁଏସଏସ କାର୍ଯାଳୟ ସହିତ ଜଡିତ ଥିବା ଠିକାଦାର ମାନେ ଵିଲ ପାଇନଥିବା ପ୍ରତିବାଦରେ ଆଜି ଉକ୍ତ କାର୍ଯାଳୟ ସମ୍ମୁଖ ଫାଟକ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଠିକାଦାର ମାନେ ଧାରଣାରେ ବସିଛନ୍ତି l ଯେପର୍ଯ୍ୟନ୍ତ ସେମାନଙ୍କ ଵିଲ ପାଇନାହାନ୍ତି ସେପର୍ଯ୍ୟନ୍ତ ଧାରାଣାରୁ ଓହରିବେ ନାହିଁ ବୋଲି ସଂଘ ସଭାପତି ବିଶ୍ୱଜିତ ବିଶ୍ୱାଳ ଓ ସମ୍ପାଦକ ସୁଜିତ ମହାରଣା ସମାଜକୁ ସୂଚନା ଦେଇଛନ୍ତି l ପାଖା ପାଖି ଦୁଇବର୍ଷ ରୁ ଉର୍ଦ୍ଧ୍ୱ ହେବ ଠିକାଦାର ମାନଙ୍କ ପାହୁଣା ମିଳିନାହିଁ l ଏହାକୁ ନେଇ ସମସ୍ତ ଅଧିକାରି ଓ ଠିକାଦାର ଙ୍କ ମଧ୍ୟରେ ଗତ 13.2.26 ରେ ଏକ ଆଲୋଚନା ହୋଇଥିଲା ଏବଂ ଖୁବ କମ ଦିନ ମଧ୍ୟରେ ଆପଣ ମାନଙ୍କ ଵିଲ ମିଳିଯିବ ବୋଲି ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ମାତ୍ର ବହୁବାର ବିଭିନ୍ନ ସମୟରେ ଠିକାଦାର ମାନେ ଆସି ଅଧିକ୍ଷଣ ଯନ୍ତ୍ରୀଙ୍କୁ ଯେତେ କାକୁତିମିନତୀ କଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିଲା ନାହିଁ ନା ମିଳିଲା ସେମାନଙ୍କ ପାହୁଣା ନା ପାସ ହେଲା ଵିଲ l ଏହାକୁ ନେଇ ସୁକିନ୍ଦା, ଧର୍ମଶାଳା, ବରୀ, କୋରାଇ, ବଡ଼ଚଣା, ଯାଜପୁର ଟାଉନ, ରସୁଲପୁର, ବିଂଝାରପୁର ପ୍ରଭୁତି ନିର୍ବାଚନ ମଣ୍ଡଳିରୁ ଏଥିରେ କାର୍ଯ୍ୟ କରୁଥିବା ଠିକାଦାର ଏକ ଗୁପ୍ତ ବୈଠକ କରାଯାଇ ଆଜି ଠାରୁ ଆରଡ଼ବ୍ଲୁଏସଏସ କାର୍ଯାଳୟ ସମ୍ମୁଖରେ ଧାରଣା ଦେବାକୁ ପୂର୍ବରୁ ଅଧିକାରିଙ୍କୁ ଅବଗତ କରାଯାଇଥିଲା l ଆସି ସକାଳୁ ଏହି ଅଫସ ସମ୍ମୁଖରେ 6 ଦଫା ଦାବି ନେଇ ଠିକାଦାର ମାନେ ଧାରଣା ଦେଇଛନ୍ତି l ଦାବି ମଧ୍ୟରେ ଦାନା ବାତ୍ୟାରେ କାର୍ଯ୍ୟ କରିଥିବା ଠିକାଦାର ମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ସମସ୍ତ ବ୍ଲକ ମାନଙ୍କରେ କରାଯାଇଥିବା ଗ୍ରାମ୍ୟ ପାଇପ ଯମ ଯୋଗାଣ ପ୍ରକଳ୍ପର ରାକ୍ଷଣବେକ୍ଷଣ କାର୍ଯ୍ୟ ପ୍ରାପ୍ୟ ତୁରନ୍ତ ପ୍ରଦାନ, ଚଣ୍ଡିଖୋଲ ବିଭାଜନରେ ସ୍ଥାୟୀ ଏସଇ ଙ୍କୁ ତୁରନ୍ତ ନିଯୁକ୍ତି, ପ୍ରତିମାସରେ ରକ୍ଷଣା ବେକ୍ଷଣ ମରାମତି କାର୍ଯ୍ୟର ପ୍ରାପ୍ୟ ତୁରନ୍ତ ପ୍ରଦାନ, ବିଗତ ବର୍ଷ ଆମ ଜିଲ୍ଲାରେ ହଇଜା ବ୍ୟାପିଥିବା ସମୟରେ ବିଶୋଧନ କରାଯାଇଥିବା ନଳକୂପ ଓ ଜଲଯୋଗାଣ ପ୍ରକଳ୍ପ ର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପାନୀୟ ଜଳ ଯୋଗାଣର ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ଆଦି 6 ଗୋଟି ଦାବି ନେଇ ଏହି ଧାରଣା ଦିଆଯାଇଛି l ଏବିଷୟରେ ବିଭାଗୀୟ ଅଧିକାରି ଅନୁପସ୍ଥିତ ଥିବାରୁ ତାଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲା ମାତ୍ର ସେ ଫୋନ ଉଠାଇନଥିଲେ l ଧାରଣାରେ ବସିଥିବା ଠିକାଦାର ମାନେ ହେଲେ ବୀରେନ୍ଦ୍ର ମିଶ୍ର, ପ୍ରମୋଦ ସ୍ୱାଇଁ, ପ୍ରଭାତ ମହାନ୍ତି, ପ୍ରଦୀପ୍ତ ଦାସ, ବିଶ୍ୱଜିତ ବିଶ୍ୱାଳ, ସୁଜିତ ମହାରଣା, ଅଶୋକ ଶତପଥୀ, ରମେଶ ସାହୁ, ବିଶ୍ୱନାଥ ପାଢ଼ୀ,ପରେଶ ସାହୁ, ଶରତ ସାମଲ, ବିପିନ ମହାନ୍ତି, ଜିତେନ୍ଦ୍ର ସାମଲ l