ଶ୍ରାବଣର ପ୍ରଥମ ସୋମବାରରେ ମହାବିନାୟକ ପୀଠରେ  ଶ୍ରଦ୍ଧାଳୁଙ୍କ ଜଳାଭିଷେକ

     ଚଣ୍ଡିଖୋଲ,(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ଶ୍ରାବଣ ମାସରେ ରାଜ୍ୟର ବିଭିନ୍ନ ଶୈବପୀଠରେ ମାନସିକଧାରୀ ମାନେ ଅନେକ ଶୈବ ପିଠାରୁ ଜଳ ଆଣି ଶିବଙ୍କ ଉପରେ ଜଳାଭିଷେକ କରିଥାନ୍ତି l ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ପଞ୍ଚଦେବତା ପୀଠ ପବିତ୍ର ମହାବିନାୟକରେ ଶ୍ରଦ୍ଧାଳୁ ଭକ୍ତମାନେ ଜଳାଭିଷେକ କରିଥିଲେ l ରାଜ୍ୟର ବିଭିନ୍ନ ସ୍ଥାନରୁ କାନ୍ଧରେ ଜଳ ଆଣି ଶହ ଶହ କିଲୋମିଟର ପାଦରେ ଚାଲିଚାଲି ମହାଦେବଙ୍କ ପୀଠକୁ ଆସି ଜଳାଭିଷେକ ଲାଗି କରିଥିବା ଦେଖିବାକୁ ମିଳିଥିଲା l କେବଳ ପୁରୁଷ ଭକ୍ତ ନୁହନ୍ତି ଏଥିରେ ମହିଳା ଭକ୍ତ ମଧ୍ୟ ଥିବା ଦେଖିବାକୁ ମିଳିଥିଲେ l ଶ୍ରଦ୍ଧାଲୁମାନେ କାନ୍ଧରେ ପବିତ୍ର ଗଙ୍ଗା ଜଳ ଆଣି ମହାବିନାୟକ ପୀଠରେ ପହଂଚିବା ପରେ ଧାଡ଼ିରେ ଆସି ପ୍ରଭୁଙ୍କ ଉପରେ ଜଲଲାଗି କରିଥିଲେ l ଆଜି 15 ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ମାନେ ଆସିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ପୂଜା ପଣ୍ଡାଙ୍କ ସହଯୋଗରେ ବଡ଼ଚଣା ଥାନାଧିକାରି ଜଗଦୀଶ କରଙ୍କ ସହିତ ପୁଲିସ ଅଧିକାରି ଓ ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ l ଆଇନ ଶୃଙ୍ଖଳା ଦୃଷ୍ଟିରୁ ମନ୍ଦିର ଓ ଏହାର ଚତୁପାଶ୍ୱରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା l

Leave a Reply

Your email address will not be published. Required fields are marked *