
ବାରିପଦା,(କ:ବ୍ଯୁ) ତା୦୩/୦୮/୨୦୨୬ ଉତ୍କଳ କରାଟେ ସ୍କୁଲର ପ୍ରତିଭାଶାଳୀ ଖେଳାଳିମାନେ ପୁଣିଥରେ ଆନ୍ତର୍ଜାତୀୟ ମଞ୍ଚରେ ନିଜ ପ୍ରତିଭାର ଉତ୍କୃଷ୍ଟ ପ୍ରଦର୍ଶନ କରି ମୟୂରଭଞ୍ଜ ଜିଲ୍ଲାର ଗୌରବ ବଢ଼ାଇଛନ୍ତି।କୋଲକାତାର ଐତିହାସିକ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ୩୧ ଜୁଲାଇରୁ ୨ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ୧୦ମ ଆନ୍ତର୍ଜାତୀୟ ଓପେନ କରାଟେ ଚ୍ୟାମ୍ପିୟନଶିପ୍–୨୦୨୬ରେ ବାରିପଦା ଉତ୍କଳ କରାଟେ ସ୍କୁଲ(ଦାର୍ଗଡାହି ସ୍ଥିତ ଯୁବ୍ଲି ମଣ୍ଡପ) ର ଖେଳାଳିମାନେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତି ନିଜର ଦମଦାର ପ୍ରଦର୍ଶନ କରିଛନ୍ତି।ଅଲ୍ ଇଣ୍ଡିଆ ସେଶିନକାଇ ଶିତୋ ର୍ୟୁ କରାଟେ ଡୋ ଫେଡେରେସନର ତତ୍ତ୍ୱାବଧାନରେ ଆୟୋଜିତ ଏହି ତିନି ଦିନିଆ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହି ସ୍କୁଲର ମୁଖ୍ୟ ପ୍ରଶିକ୍ଷକ ରେଂଶି ସୁଶାନ୍ତ ବାରିକ ଏବଂ କୋଚ୍ ସାଇ ସୁନ୍ଦର ବାରିକ ଙ୍କ ତତ୍ତଵାବଧାନରେ ମୋଟ ୮ ଜନଖେଳାଳି ଅଂଶ୍ରହଣ କରିଥିଲେ। ସେଥି ମଧ୍ୟରୁ ୭ ଟି ସ୍ୱର୍ଣ୍ଣ, ୨ ଟି ରୋପ୍ୟା, ୫ ଟି କାଂସ୍ୟ ପଦକ ହାସଲ କରିଛନ୍ତି। ତନ୍ ମଧ୍ୟରୁ କାତା ବିଭାଗରେ ରେ ଆଦିର ଦେ, ସମୀକ୍ଷା ବାରିକ, ବୈଭବ ପଟ୍ଟନାୟକ, ରିତିକା ରାଣୀ ବେହେରା , ତାନ୍ୟ ତାପ୍ତି ମହାନ୍ତି ସ୍ବର୍ଣ୍ଣ ପଦକ, ଜିଜ୍ଞାସା ବାସୁରି ରୋପ୍ୟ ପଦକ , ଆରୋହି ମହାପାତ୍ର କାଂସ୍ୟ ପଦକ ଏବଂ କୁମିତେ ବିଭାଗରେ ଆଦିର ଦେ, ରିଟିକା ରାଣୀ ବେହେରା ସ୍ବର୍ଣ୍ଣ ପଦକ, ତାନ୍ୟା ତାପ୍ତୀ ମହାନ୍ତି, ସମୀକ୍ଷା ବାରିକ, ବୈଭବ ପଟ୍ଟନାୟକ, ଆରୋହି ମହାପାତ୍ର, ଜିଜ୍ଞାସା ବାସୁରୀ କାଂସ୍ୟ ପଦକ ହାସଲ କରି ସ୍କୁଲର ଗୌରବ ବୋଡାଇଛନ୍ତି। ସ୍କୁଲ ପୋକ୍ଷ ରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଆସିଥିବା ଉପନିର୍ଦ୍ଦେଶକ କରୁଣାକର ହେମ୍ବ୍ରମ କୃତିକୃତୋ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)