ଉଦଳା ତାଲୁକ ଆଇନ ସେବା ସମିତି ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ


ବାରିପଦା /ଉଦଳା(କ ବ୍ଯୁ) ତା.୦୩/୦୮/୨୦୨୬ : ଉଦଳା ତାଲୁକ ଆଇନ ସେବା ସମିତି ଦ୍ୱାରା ଆଜି ସ୍ଥାନୀୟ ସନ୍ଧାନୀ ଗୃହରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ଆଇନ ସଚେତନତା କରାଯିବା ନେଇ ବକ୍ତବ୍ୟ ରଖିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ତଥା ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମୁରଲୀଧର ଚନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜାତୀୟ ପରିବାର ମଙ୍ଗଳ ଯୋଜନା, ଭତ୍ତା, ବାଣୀଶ୍ରୀ, ଦିବ୍ୟାଙ୍ଗ ବିଭାହ ଇତ୍ୟାଦି ସମ୍ପର୍କରେ ବାଖ୍ୟା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦଳା ବ୍ଲକର ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶରତ ମହାନ୍ତି, ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡ଼ା, ଉପଖଣ୍ଡ ଓକିଲ ସଂଘର ସମ୍ପାଦକ ରଜତ କୁମାର ମହାପାତ୍ର, ରିମାଣ୍ଡ ଆଇନଜୀବୀ କମଳାକାନ୍ତ ମହାନ୍ତି, ଆଇନଜୀବୀ ମକରନ୍ଦ ପଲେଇ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଇନଜୀବୀ ତଥା ସ୍ଥାନୟ ଅଞ୍ଚଳର ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ତାଲୁକ ଆଇନ ସହାୟତା ସେବା ସମିତି କାର୍ଯ୍ୟକ୍ରମକୁ ସଫଳ କରିବାରେ ଉଦଳା କୋର୍ଟ ର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *