ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର, ବୋଲବମ୍ ଧ୍ବନିରେ କମ୍ପିଲା ମହାବିନାୟକ ପୀଠ

ଚଣ୍ଡିଖୋଲ, ୨୭/୭ (କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ଆଜି ଶ୍ରାବଣ ମାସ ର ଦ୍ଵିତୀୟ ସୋମବାର। ଓଡିଶାର ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆ ଭକ୍ତ ମାନେ କାନ୍ଧରେ ପାଣି ଭାର ଧରି ଓଡ଼ିଶାର ବିଭିନ୍ନ ଶୈବ ପୀଠ ଅଭିମୁଖେ ବାହାରି ଥାନ୍ତି। ଏହି ଅବସରରେ ଆଜି ବଡଚଣା ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ପୀଠ ରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପଞ୍ଚ ଦେବତାଙ୍କୁ ଜଳାଭିଷେକ କରିବା ପାଇଁ ଛୁଟି ଆସିଥାନ୍ତି। ଓଡିଶାର ବିଭିନ୍ନ ପୁଣ୍ୟତୋୟା ନଦୀ ଘାଟରୁ ଜଳ ଉଠାଇ ଶ୍ରଦ୍ଧାଳୁ ମାନେ ଶୈବ ପୀଠ ମହାବିନାୟକ ଙ୍କୁ ଆସିଥାନ୍ତି। ବିଶେଷ କରି ପୁଣ୍ୟତୋୟା ବୈତରଣୀ, ବ୍ରାହ୍ମଣୀ , ମହାନଦୀ ଆଦି ନଦୀରୁ ପାଣି ନେଇ ଶୁଦ୍ଧ ପୂତ, ନିଷ୍ଠା, ଭକ୍ତି ଆନନ୍ଦ ଉଲ୍ଲାସର ସହିତ କାନ୍ଧରେ କାଉଡି ବହନ କରି ମହାବିନାୟକ ପୀଠ ଅଭିମୁଖେ ପଦଯାତ୍ରା କରି ମୁଖରେ ବୋଲବମ୍ ଧ୍ୱନି ରେ କରି ଆସିଥାନ୍ତି। ଏହି ଯାତ୍ରାରେ ପୁରୁଷ, ମହିଳା, ଯୁବକ ଯୁବତୀ ଅପରିକି କୁନି କୁନି ପିଲାମାନେ ନିଜ ନିଜ ମନରେ ମାନସିକ କରି ମହାବିନାୟକଙ୍କ ନିକଟର ପୂଜାର୍ଚ୍ଚନା ପୂର୍ବକ ଜଳାଭିଷେକ କରିଥାନ୍ତି। କାନ୍ଧରେ ବହନ କରି ଥିବା ବାହୁଙ୍ଗିକୁ ବିଭିନ୍ନ ରଙ୍ଗ ବେରଙ୍ଗ ରେ ସଜାଇ ଦୁଇଟି କଳସରେ ପାଣି ଭରି ଜଳାଭିଷେକ କରିବା ପାଇଁ ବାହାରି ଥାନ୍ତି। ଡିଯେ ର ଉଚ୍ଚସ୍ୱର ରେ ଶିବଙ୍କ ଭଜନ ସହିତ ମୁଁହ ରେ ବୋଲବମ୍ ଧ୍ୱନି କରି ରାସ୍ତାରେ ଯାଉଥିବା ର ଦେଖା ଯାଉଥିଲା। ଆଜି ଶ୍ରାବଣ ମାସ ର ଦ୍ଵିତୀୟ ସୋମବାର ହୋଇଥିବାରୁ ମହାବିନାୟକ କୁ ହଜାର ହଜାର କାଉଡ଼ିଆ ଭକ୍ତ ମାନେ ଜଳାଭିଷେକ କରିବା ପାଇଁ ଆସିଥିଲେ। ଫଳରେ ଆଜି ମହାବିନାୟକ ପୀଠ ବୋଲବମ୍ ହରେ ହରେ ବମ୍ ଧ୍ବନିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥଲା।

Leave a Reply

Your email address will not be published. Required fields are marked *