୮ ଗ୍ରାମ୍ ଧଳା ଜହର ଜବତ , ଅଭିଯୁକ୍ତ ଗିରଫ।

 ଚଣ୍ଡିଖୋଲ,(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ଚଣ୍ଡିଖୋଲ ବଜାରରେ କିଛି ମାସ ହେବ ଧଳା ଜହର ବିକ୍ରି ହେଉଥିବା ନେଇ ସମାଜ ଖବର କାଗଜରେ ସାମ୍ବାଦ ପ୍ରକାଶ ପାଇଥିଲା ଏବଂ ଥାନାଧିକାରିଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅନୁରୋଧ କରାଯାଇଥିଲା l ଆଜି ପୁଲିସକୁ ଏହାର ସୁଫଳ ମିଳିଛି l ସୂଚନା ଅନୁସାରେ ବଡ଼ଚଣା ଥାନା ନୂଆସୂଂଗୁଡା ଗ୍ରାମର ନଟବର ନାୟକଙ୍କ ପୁଅ ମୁକ୍ତିକାନ୍ତ ନାୟକ(49) ନିଜ ଦୋକାନରେ ଧଳାଜହର ବିକ୍ରି କରୁଥିବା କୌଣସି ସୂତ୍ରରୁ ଖବର ପାଇଁ ଥାନାଧିକାରି ଜଗଦୀଶ କର ଉକ୍ତ ଯୁବକ ଦୋକାନରେ ପହଂଚି ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ମୁକ୍ତିକାନ୍ତ ଦୋକାନରୁ 8 ଗ୍ରାମର ଧଳାଜହର ମିଳିଥିଲା l ଥାନାଧିକାରି ଶ୍ରୀ କରଙ୍କୁ ଏକ ବଡ଼ ସଫଳତା ମିଳିଥିଲା l ପରେ ଅଭିଯୁକ୍ତ ମୁକିକାନ୍ତକୁ ଥାନାକୁ ଆଣି ତଦନ୍ତ କରିବା ପରେ ସେ ସମସ୍ତ କଥା ସ୍ୱୀକାର କରି କହିଥିଲା କି ହିଁ ମୁଁ ବିକ୍ରି କରୁଥିଲି l ଏହାପରେ ଏସ ଆଇ ତୃପ୍ତିମୟୀ ରାଉତଙ୍କ ଏତଲା ଅନୁସାରେ 257/26ରେ ଗତକାଲି ଏକ ମାମଲା ୠଜୁ କରାଯାଇଥିଲା ଏବଂ ଆଜି ଅଭିଯୁକ୍ତ ମୁକ୍ତିକାନ୍ତକୁ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଛି l ପ୍ରକାଶ ଥାଉକି ଚଣ୍ଡିଖୋଲ ନିକଟରେ ଥିବା ନୂଆସୂଂଗୁଡା ଗାଁର ଆହୁରି ଅନେକ ଦୋକାନରେ ଧଳା ଜହର ବିକ୍ରୀହେଉଥିବା ଅଭିଯୋଗ ହୋଇଛି l ତେବେ ପୁଲିସକୁ ଏହି ସଫଳତା ପରେ ଅନ୍ୟ ଯେଇଁ ସବୁ ଦୋକାନରେ ଧଳା ଜହର ବିକ୍ରି ହେଉଛି ସେଥିପ୍ରତି ନଜର ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି l

Leave a Reply

Your email address will not be published. Required fields are marked *