
ଚଣ୍ଡିଖୋଲ,୨୬/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା) ଛତିଆ ଠାରୁ ସାଲେପୁରକୁ ସଂଯୋଗ କରୁ ଥିବା ପୂର୍ତ୍ତ ବିଭାଗ ରାସ୍ତାର ମନ୍ଦୀର ଵଟତଳ ନିକଟରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ରାସ୍ତାର ଦୁଇପଟରେ ବଡ ବଡ ଗାଡ ମାନ ହୋଇଯାଇଛି। କିଛିଦିନ ହେଲା ଲଗାତାର ବର୍ଷା ଯୋଗୁ ଉକ୍ତ ଗାତ ଗୁଡିକରେ ପାଣି ଭର୍ତ୍ତି ହୋଇଗଲା ପରେ କିଛି ଜାଣି ହେଉନି, ସବୁସମାନ ଜଣାଯାଉଛି। ଉକ୍ତ ରାସ୍ତା ଟି ସଦାସର୍ବଦା ଚଳଚଞ୍ଚଳ ଅଟେ, ରାତିଦିନ ଏହି ରାସ୍ତା ରେ ସହ ସହ ସଂଖ୍ୟାରେ ଗାଡି ମଟର ତଥା ଲୋକେ ଯାତାୟତ କରିଥାନ୍ତି। ଖାଲ ଗୁଡିକରେ ପାଣି ଭର୍ତ୍ତି ଯୋଗୁ ବେଶେଷ କରି ବାଇକ ଯୋଗେ ଯାତାୟତ କରୁଥବା ଲୋକଙ୍କ ପାଇଁ ଘୋର ବିପଦ ସୃଷ୍ଟି କରୁଛି। ଉକ୍ତ ରାସ୍ତା ରେ କିଛିଦିନ ଲଗାଣ ବର୍ଷା ଯୋଗୁ ୫ଦିନ ଭିତରେ ୧୫ରୁ ଉର୍ଦ୍ଧ ବାଇକ ଯାତ୍ରୀ ପଡି ଆହତ ହେଲେଣି, କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲା ବେଳେ କେତେକ ଯାତ୍ରୀ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାକୁ ମଧ୍ୟ୍ୟ ସ୍ଥାନାନ୍ତର ହୋଇଛନ୍ତି। ତୁରନ୍ତ ଉକ୍ତ ଖାଲ ଖମାଲ ଗୁଡିକ ପୂରଣ କରିବାକୁ ସ୍ଥାନୀୟ ଅଞ୍ଚଳର ଯୁବସମାଜ ସେବୀ ଦିଲ୍ଲୀପ ରାଉତ, କୁନା ରାଉତ, ବାବୁଲି ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦାବୀ କରିଛନ୍ତି।