ବିଶ୍ବ ପିତାମହୀ ପିତାମହ ଦିବସ 🙏World Grand Parents Day 27th of July✍️ଜୁଲାଇ ୨୭ ତାରିଖ

ସଂଘୀୟ ବ୍ଯବସ୍ଥା ସମାଜ ସୌରଭ
ପରିବାର’ଠାରୁ ବିଶ୍ବ,
ଏକତ୍ଵରେ ଶ୍ରଦ୍ଧା ଭ୍ରାତୃତ୍ବ ମୈତ୍ରୀତ୍ବ
ସମାଜ ଧାରା ସରସ ।

କ୍ଷୁଦ୍ର ଗଣତନ୍ତ୍ର ଆମ ପରିବାର
ବୃହତ୍ତରେ ଜାତିସଂଘ,
ଯଥାମାନ୍ଯେ ସୁସ୍ଥ ସଂସ୍କାର ସୁଧାର
ବ୍ଯତିକ୍ରମରେ ବିରାଗ ।

ପରିବାର ସଂଘ ବ୍ଯକ୍ତି ରକ୍ତଗତ
ଅନ୍ଯାନ୍ଯ ମୈତ୍ରୀ ଭ୍ରାତୃତ୍ବ,
ସର୍ବ ବୟୋଜ୍ଯେଷ୍ଠ ଅଭିଜ୍ଞତା ହୃଦେ
ପରିସ୍ଥିତି ସଂସ୍କାରିତ ।

ପରିବାର କର୍ତ୍ତା ପିତା-ମାତା ସିନା
ମୁଖ୍ଯ ଜେଜେମା ସାଆନ୍ତ,
ଷାଠିଏ ବର୍ଷର ଅଭିଜ୍ଞତା ଚିତ୍ତେ
ସ୍ଥିତି ପରିସ୍ଥିତି ଜ୍ଞାତ ।

ପୂଜ୍ଯ ଅଜା-ଆଈ ଜେଜୀମା ସାଆନ୍ତ
ସଂସାର ନଦୀ ନାବିକ,
ମାନ୍ଯରେ ଶୃଙ୍ଖଳା ଶାନ୍ତି ଓ ସମୃଦ୍ଧି
ଅମାନ୍ଯେ ଦୁଃଖ ବିପାକ ।

ଖରା ବରଷାର ଛତା ସମ ଯଥା
ଘରର ଛାତ ସଦୃଶ,
ଶ୍ରଦ୍ଧା ଓ ମାନ୍ଯତା ସ୍ବଚ୍ଛ ସହୃଦୟେ
ସଂସାରେ ସୁଖ-ସନ୍ତୋଷ ।

ନାତି ନାତୁଣୀଙ୍କ ସାଥିରେ କୌତୁକ
ଖେଳ ଅମୂଲ୍ଯ ଆନନ୍ଦ,
ଜେଜେମା ସାଆନ୍ତ ଦାନ ବରଦାନ
ଅନୁଭବ ମକରନ୍ଦ ।

ପରିବାରେ ମହା ବୌଦ୍ଧିକ ସମ୍ପତ୍ତି
ପିତାମହୀ ପିତାମହ,
ସେବା ଶୁଶ୍ରୂଷା ଓ ସମ୍ମାନାସ୍ପଦରେ
ପରିବାର ମହମହ ।

ଜ୍ଞାନ-ବୁଦ୍ଧି ଦାତା ବୃଦ୍ଧ-ବୃଦ୍ଧା ଦିବ୍ଯ
ସୁନ୍ଦର ମଙ୍ଗଳମୟ,
ଚଳନ୍ତି ଦେବତା ଆଶୀର୍ବାଦେ ଭରା
ସୌଭାଗ୍ଯ ଆନନ୍ଦମୟ ।

ଜେଜେମା ସାଆନ୍ତ ଦିବସ ପ୍ରଣୀତ
ଯେ’ ଜୁଲାଇ ସତେଇଶ,
ସର୍ବ ବୟୋଜ୍ଯେଷ୍ଠେ ସମ୍ମାନ ପ୍ରଣମ୍ଯେ
କବି ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର/ Jatiya Pragati Abhiyan

Leave a Reply

Your email address will not be published. Required fields are marked *