“ଜୁଲାଇ ୨୭ ରେ କପ୍ତିପଦା ଉପଖଣ୍ଡ ପାଇଁ ଉଦଳା ଠାରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ”

ବାରିପଦା /ଉଦଳା(କ: ବ୍ଯୁ) ତା୨୪/୦୭/୨୦୨୬ : ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଜୁଲାଇ ମାସ ଚତୁର୍ଥ ସୋମବାର ତା୨୭-୦୭-୨୦୨୬ରିଖ ଦିନ କପ୍ତିପଦା ଉପଖଣ୍ଡ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏହି ଶୁଣାଣୀ କାର୍ଯ୍ୟ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଶିବିରରେ ଉପଖଣ୍ଡ ତଥା ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଣାଣୀ କରାଯାଇ ଉତ୍‌ଥାପିତ ଅଭିଯୋଗ ଗୁଡ଼ିକର ଯଥା ସମ୍ଭବ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ସରକାରୀ ଯୋଜନାର କାର୍ଯ୍ୟକାରିତା, ଦୁର୍ନୀତି, ଜନକଲ୍ୟାଣ, ସାମାଜିକ ସୁରକ୍ଷା ଆଦି ସମ୍ବଳିତ ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ôଚ ନିଜ ଦରଖାସ୍ତକୁ ପଞ୍ଜିକୃତ କରାଇବାକୁ ଉପଖଣ୍ଡର ସର୍ବସାଧାରଣଙ୍କୁ ଅନୁରୋଧ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *