ନିଟ ପରୀକ୍ଷା ରେ ଛତିଆ ଶିଶୁମନ୍ଦିର ର ଦୁଇ ଛାତ୍ର ଙ୍କ ସଫଳତା

ଚଣ୍ଡିଖୋଲ ୨୩/୭(କ.ଵ୍ୟୁ ) (ପ୍ରଶାନ୍ତ କୁମାର ଜେନା) ଚଳିତ ବର୍ଷ ସର୍ବଭାରତୀୟ ନିଟ ପରୀକ୍ଷା ରେ ଛତିଆ ସରସ୍ୱତୀ ଶିଶୁମନ୍ଦିର ର ଦୁଇ ପୁରାତନ ଛାତ୍ର ପ୍ରିୟାଂଶୁ ପ୍ତିତମ ସ୍ୱାଇଁ ଓ ଦେବେନ୍ଦ୍ର କୁମାର ଜେନା ସଫଳତା ହାସଲ କରିଛନ୍ତି। ଦୁଇ ଛାତ୍ର ଛତିଆ ସରସ୍ୱତୀ ଶିଶୁମନ୍ଦିର ରେ ଦଶମ ପାସ ପରେ ଟାଙ୍ଗୀ ଟେଟ୍ରା ହେଡେନ କଲେଜରୁ +୨ ପାସ କରିଥିଲେ। ପ୍ରିୟାଂଶୁ ଙ୍କ ପିତା ବ୍ରହ୍ମାନନ୍ଦ ସ୍ୱାଇଁ, ମାତା ଚିନ୍ମୟୀ ସ୍ୱାଇଁ ଓ ଦେବେନ୍ଦ୍ର ଙ୍କ ପିତା ବିଜୟ କୁମାର ଜେନା ଓ ମାତା ନର୍ମଦା ପ୍ରଧାନ ଉଭୟେ ପୁଅଙ୍କ ସଫଳତା ପାଈଁ ଖୁସି ମନାଇ ଛନ୍ତି। ପ୍ରିୟାଂଶୁ ୭00ନମ୍ବର ରୁ ୬୦୫ଓ ଦେବେନ୍ଦ୍ର ୭୦୦ରୁ ୫୭୮ନମ୍ବର ରଖିଛନ୍ତି.ଉଭୟ ଦୁଇ ଛାତ୍ର ତାଙ୍କର ସଫଳତା ପାଈଁ ପିତାମାତା, ଗୁରୁ, ଓ ଇଶ୍ୱର ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି.. ଆଗାମୀ ଦିନରେ ଜଣେ ଜଣେ ଭଲ ଡାକ୍ତର ହୋଇ ରୋଗୀ ସେବା କରିବେ ବୋଲି କହିଛନ୍ତି । 

Leave a Reply

Your email address will not be published. Required fields are marked *