
କଟକ, ତା ୧୮.୦୭.୨୦୨୬ – ଦିଲ୍ଲୀର ଯନ୍ତର-ମନ୍ତର ଠାରେ ଗତ ୨୦ ଦିନ ଧରି ଅନଶନ ମାଧ୍ୟମରେ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ପୋଲିସ ଚକ୍ରାନ୍ତ କରି ସୋନମ ୱାଙ୍ଗଚୁକଙ୍କୁ ବଳପୂର୍ବକ ଉଠାଇନେବା ପ୍ରତିବାଦରେ ଏବଂ ଅନଶନକାରୀଙ୍କ ସହିତ ଗଣତାନ୍ତ୍ରିକ ଉପାୟରେ ଆଲୋଚନା କରିବା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦେବା, ଏନଟିଏକୁ ସମ୍ପୂର୍ଣ ଉଚ୍ଛେଦ କରିବା ଦାବିରେ ତଥା ଜୁଲାଇ ୨୦ ତାରିଖରେ ହେବାକୁ ଥିବା ପାର୍ଲାମେଣ୍ଟ ମାର୍ଚ୍ଚକୁ ସଫଳ କରିବା ପାଇଁ ଛାତ୍ର ସମାଜ ତଥା ବୃହତ୍ତର ଜନସମୁଦାୟ ସାମିଲ ହେବାପାଇଁ ନିବେଦନ କରି ଛାତ୍ର ସଂଗଠନ ଏଆଇଡିଏସଓ କଟକ ଜିଲ୍ଲା କମିଟି ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭରେ ଏଆଇଡିଏସଓ ରାଜ୍ୟ ପରିଷଦର ଉପସଭାପତି ଭଗ୍ୟରବି ଦାସ, ସମ୍ପାଦକମଣ୍ଡଳୀ ସଦସ୍ୟ ବିନୋଦ ସେଠୀ, ସଂଗଠନର କଟକ ଜିଲ୍ଲା କମିଟି ସଭାପତି ଇଶା ଧର, ଉପ-ସଭାପତି ଶିବାନୀ ସାହୁ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଜ୍ୟୋସ୍ନା ରାଣୀ ଦାସ, ସରୋଜ ମାନସିଂହ, ଭାଗ୍ୟଶ୍ରୀ ପ୍ରଧାନ, ଜିଲ୍ଲା କମିଟି ସଭ୍ୟ ସତ୍ୟବ୍ରତ ମୁଦୁଲି, କସକ ଜେନା, ଗାୟତ୍ରୀ ସାହୁ, ସରୋଜ ବେହେରା, ରାଜେଶ ନାୟକ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ।