ଗାଇସିଲେଟ ସାହୁ ପଡ଼ାରେ ରଥଯାତ୍ରା

ଗାଇସିଲେଟ (କ ବ୍ୟୁ ) ତା 23-2026 : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରେ ସବୁବର୍ଷ ପରି ଏ ବର୍ଷ ଜଗନ୍ନାଥ ଙ୍କ ରଥଯାତ୍ରା ହୋଇଅଛି l କିନ୍ତୁ ଏ ବର୍ଷ ଗାଇସିଲେଟ ବସ୍ଷଷ୍ଟାଣ୍ଡରେ ଅଷ୍ଟମୀ ପର୍ଯ୍ୟନ୍ତ ଦୁର୍ଗାମଣ୍ଡପରେ ଲୋକଙ୍କ ଅବଦାନରୁ ପୂଜା ମଣୋହି, ଅନ୍ନଭୋଗ ହେଉଥିବା ବେଳେ ଗାଇସିଲେଟ ସାହୁପଡ଼ା ନବମୀ ପାଳନ ମହାଡମ୍ବରରେ ପାଳନ କରିଥିଲେ l ଏହି ଉପଲକ୍ଷେ ସାହୁପଡ଼ା ସରପଞ୍ଚ ଶ୍ରୀ ଶରତ କାଲୋ ଓ ଶାନ୍ତନୁ ସାହୁଙ୍କ ସହଯୋଗରେ ପୂଜକ ଶ୍ରୀ ଲଳିତ ପଣ୍ଡା ଓ ଶ୍ରୀ ସିଦ୍ଧାର୍ଥ ପଣ୍ଡା ପୂଜାର୍ଚନା ସାରି ଜନଗହଳିରେ ରଥଟଣା ହୋଇଥିଲା l ଏଥି ସହିତ ଗାଁରୁ ଚକ୍ର ପାଣ୍ଡେ, ମୁନା ଖରସେଲ, ରଥିଆ ସାହୁ, ଶଙ୍କର୍ଷଣ ସାହୁ ଆଦି ସାହୁ ପଡ଼ାର ଭଦ୍ର ବ୍ୟକ୍ତି ରଥଟଣାରେ ସହଯୋଗ କରିଥିଲେ l ଗାଁ ରୁ ଓ ଅଂଚଳରୁ ପୁରୁଷ ଅପେକ୍ଷା ମହିଳା ବହୁ ପରିମାଣରେ ଯୋଗ ଦେଇଥିଲେ l ରଥରେ ଡାହୁକ ଭାବେ ଶ୍ରୀ ଅଶୋକ ପଣ୍ଡା ସବୁବର୍ଷ ପରି ଗୀତଗାଇ ଲୋକଙ୍କ ପ୍ରିୟଭାଜନ ହୋଇ ଆସୁଛନ୍ତି l ରଥ ଆଗରେ ଖୋଲ କରତାଳ ଓ ମହିଳା ଭଜନ ସଂକୀର୍ତନ ଆଡମ୍ବର ପୁର୍ଣ ଥିଲା l ଲୋକେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଜି ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତନ କରୁଥିବା ହେତୁ ଶେଷ ଦର୍ଶନ ଭାବି ଭକ୍ତିପୂତ ଦର୍ଶନ କରୁଥିଲେ ଓ ଶେଷରେ କହୁଥିଲେ ହେ ପ୍ରଭୁ ଜୀବନ ବଞ୍ଚିଥିଲେ ଆସନ୍ତା ବର୍ଷ ପୁଣି ଦର୍ଶନ କରିବି ମୋତେ ତୁମର ଆଶ୍ରିତ ସେବାରେ ଶତବୁଦ୍ଧି ଦିଅ l ରଥରେ ସେବାୟତ ଭାବରେ ସାନୁ ପଣ୍ଡା, ନିଗମା ପଣ୍ଡା, କୁନୁଦାସ, ଚିନୁ ପଣ୍ଡା ଆଦି ସହଯୋଗ କରିଥିଲେ l ସାହୁପଡ଼ା କଲ୍ୟାଣ ମଣ୍ଡପ ଦାଣ୍ଡ ପାଖରେ ରଥ ଅଟକି ସାହୁପଡ଼ା ସମସ୍ତ ପୁରୁଷ ଓ ମହିଳା ଦର୍ଶନ ସାରି ପରିଶେଷରେ ଶିକ୍ଷଣୀୟ ପଳା, ସଂକୀର୍ତନ୍ୟ, ଘୁମୁରା ନାଚ ଆଦିବାସୀ ଢଙ୍ଗ ନାଚ ଓ କୋଶଲି ସମ୍ବଲପୁରୀ ଜଗାଭଜନ ସାନୁ ପାର୍ଟି ସମସ୍ତେ ଦର୍ଶକଙ୍କ ମନମୁଗ୍ଧ କରିଥିଲେ l ରଥ ଦଉଡି ଟାଣିବାର ଖୁସି ଅନୁଭବରେ କୁନିକୁନି ଛୁଆମାନେ କଥୋପ କଥନ ସାରି ଘରକୁ ଦଶମୀର ଆଶାରେ ବାହୁଡ଼ିଥିଲେ l

Leave a Reply

Your email address will not be published. Required fields are marked *