କେନ୍ଦ୍ରାପଡ଼ାରେ ମହାଘୋଟାଲା! ଧାନ ମଣ୍ଡିରେ ‘ଅଖା ଦୁର୍ନୀତି’ର ଗନ୍ଧ

କେନ୍ଦ୍ରାପଡ଼ା : ଧାନ ମଣ୍ଡିରେ ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ଅଖା ବାବଦରେ ଖର୍ଚ୍ଚ ହୋଇଥିବା ରେକର୍ଡ ଥିବା ଚର୍ଚ୍ଚା ହେଉଛି l କିନ୍ତୁ ପ୍ରକୃତରେ ଅନେକ ଚାଷୀ ନିଜ ପକେଟରୁ ଟଙ୍କା ଦେଇ ଅଖା କିଣି ଧାନ ମଣ୍ଡିକୁ ଆଣିଥିବା ଅଭିଯୋଗ ଉଠୁଛି l
ଯଦି ଏହି ଅଭିଯୋଗ ସତ, ତେବେ ଚାଷୀଙ୍କ ନାଁରେ ଦର୍ଶାଯାଇଥିବା କୋଟି କୋଟି ଟଙ୍କା ଗଲା କେଉଁଠି? ପ୍ରତ୍ୟେକ ଅଖା ପିଛା ୯୬ ଟଙ୍କା ହିସାବରେ କିଏ ଟଙ୍କା ଉଠାଇଲା? କାହା ସ୍ୱାର୍ଥରେ ଏହି ଅର୍ଥ ବ୍ୟୟ ହେଲା?
ଏହି ପ୍ରସଙ୍ଗକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ—
👉 ଚାଷୀଙ୍କ ନାଁରେ କିଏ କଲା ହରିଲୁଟ?
👉 ଅଖା ବାବଦର ଅର୍ଥର ହିସାବ କିଏ ଦେବ?
👉 କେବଳ ନିମ୍ନସ୍ତରୀୟ କର୍ମଚାରୀ ନା ଏହା ପଛରେ ବଡ଼ ଚକ୍ର କାମ କରୁଥିଲା?
👉 ଏହାର ନିରପେକ୍ଷ ତଦନ୍ତ ହେବ କି?
ଚାଷୀଙ୍କ ଅଧିକାରର ଟଙ୍କା କେହି ଆତ୍ମସାତ କରିଥିଲେ, ସେମାନଙ୍କୁ ଆଇନ ଅନୁଯାୟୀ ଜବାବଦେହ କରାଯିବା ଦରକାର l ତେବେ ଏହା ମଧ୍ୟ ଜରୁରୀ ଯେ, କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ସମସ୍ତ ଅଭିଯୋଗର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେଉ l
ଖୋଲିବ କି କେନ୍ଦ୍ରାପଡ଼ାର ଅଖା ଦୁର୍ନୀତିର ଗୁମର? ନା ସବୁକିଛି ପୁଣି ଚାପି ଦିଆଯିବ?

Leave a Reply

Your email address will not be published. Required fields are marked *