
ଚଣ୍ଡିଖୋଲ, ତା ୧୬/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା) : ଆଜି ପବିତ୍ର ରଥଯାତ୍ରା ଉତ୍ସବ ଭାରତ ବର୍ଷ ସମେତ ସାରା ବିଶ୍ବରେ ପାଳନ ହେଉଅଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଦେବ, ମା ସୁଭଦ୍ରା, ପ୍ରଭୁ ସୁଦର୍ଶନ ବଡ଼ ଦେଉଳରେ ଥାଆନ୍ତି, ଆଜି ପ୍ରଭୂ ରଥାରୂଢ଼ ହୋଇ ବଡ଼ ଦାଣ୍ଡରେ ଯାଇ ମା’ ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ୯ଦିନ ରହି ପୁଣି ବଡ଼ ଦେଉଳ କୁ ଫେରି ରତ୍ନ ସିଂହାସନ ଆରୋହଣ କରି ଥାଆନ୍ତି। ଚଣ୍ଡିଖୋଲ ନିକଟସ୍ଥ ହରିଦାସପୁର ଗ୍ରାମ ଅବସ୍ଥିତ । କଦଳା ଗ୍ରାମ ନିକଟ ଏକ ପାହାଡ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦୀର ରହିଛି। ସେ ମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥ ସୁସଜିତ ରଥରେ ଯାଇ ବାଲିଗରି ମା’ କୁସୁମେଇ ଠାକୁରାଣୀଙ୍କ ମନ୍ଦିର ପରିସରରେ ମାଉସୀ ମା ମନ୍ଦିର ରେ ପହଞ୍ଚି ଥାଆନ୍ତି। ସେଠାରେ ୯ ଦିନ ବ୍ୟାପି ପୂଜାର୍ଚ୍ଚନା ସହିତ, ଭଜନ, କୀର୍ତ୍ତନ, ସଙ୍ଗୀତ ପରିବେଷଣ ହୋଇଥାଏ। ଏ ଲୀଳା ସବୁ ସେ ବଡ଼ ଠାକୁର ଙ୍କର୍, ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ମୁଖ୍ୟ ପୁରୋହିତ କମଳଲୋଚନ ଶତପଥୀ ଙ୍କ ସହିତ ଅନ୍ୟ କେତେକ ବ୍ରାହ୍ମଣ ମାନେ ଠାକୁର ଙ୍କୁ ଫୁଲ, ତୁଳସୀର ସଜାଇ ଠାକୁରଙ୍କୁ ପହଣ୍ଡି ବିଜେ କରାଇ ରଥ ଉପରେ ସିଂହାସନରେ ବସାଇଥାନ୍ତି। ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୟ ଧ୍ୱନି ସହିତ ହରିବୋଲ, ହୁଳହୁଳି ରେ ପରିବେଶ କୁ ଜଗନ୍ନାଥ ମୟ କରି ଦିଅନ୍ତି। ସେବକ କେଶବ ଜେନା ଛେରା ପହଁରା କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଏହାପରେ ପ୍ରଭୁଙ୍କ ରଥକୁ ଶ୍ରଦ୍ଧାଳୁ ଭକ୍ତ ଓ ମହିଳା ମାନେ ଟାଣି ନେଇ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚାଇ ଥାନ୍ତି। ଏହି କାର୍ଯ୍ୟକ୍ରମର ପରିଚାଳନା କମିଟିର ସଭାପତି ବିକ୍ରମ ବିଶ୍ବାଳ, ସଂପାଦକ ଅଭିମନ୍ୟୁ ସେଠୀ,କୋଷାଧ୍ୟକ୍ଷ ସିତାନାଥ ସାହୁ, ଇଂ ନେହେରୁ ବେହେରା,ଉପଦେଷ୍ଟା ମଣ୍ଡଳୀ ପରମବିର ସିଂ, ଭାଗ୍ୟଧର ବିଶ୍ଵାଳ , ଯଦୁମଣି ଦାସ, ସୁରେନ୍ଦ୍ର ରାଉତ,କାର୍ଯ୍ୟକାରୀ କମିଟି ସଭ୍ୟ ଅଜୟ ସାହୁ,ମନୋରଞ୍ଜନ ସାହୁ, ରୁପେଶ ଭଦ୍ର, ଅଧିର ଭଦ୍ର, ସୁଶାନ୍ତ ସ୍ୱାଇଁ, ଯୁଧିଷ୍ଟିର ପରିଦା, ସୁରେଶ ରାଉତ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୁବକ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।