ଛତିଆ ବଜାରରେ ଦୋକାନୀ ଙ୍କ ଥଇଥାନ ପାଇଁ ବିଧାୟକ ଙ୍କୁ ନିବେଦନ।

ଚଣ୍ଡିଖୋଲ ୧୭/୭(କ.ଵ୍ୟୁ )(ପ୍ରଶାନ୍ତ କୁମାର ଜେନା) :

 ଛତିଆ ବଜାରର ନେଳିଆ ଛକ ଠାରୁ ଭଟିଆ ଛକ ପର୍ଯ୍ୟନ୍ତ ଜଗନ୍ନାଥ ସଡ଼କ କୁ ପ୍ରଶସ୍ତ କରି ୪ ଥାକିଆ କରିବାକୁ ଟେଣ୍ଡର ସରି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ରାସ୍ତାର ଦୁଇ ପାର୍ସରେ ବହୁ ଉଠା ଦୋକାନୀ ରାସ୍ତାକୁ ମାଡି ଦୋକାନ କରିଛନ୍ତି। ପ୍ରଶାସନ ପକ୍ଷରୁ ଉଛେଦ ପାଇଁ ଦୀର୍ଘ ଦିନହେଲା ଦୋକାନୀଙ୍କୁ ଉଛେଦ ପାଈଁ ନୋଟିସ ଜାରି ହୋଇଛି, ମାତ୍ର ବର୍ତ୍ତମାନ ବର୍ଷା ଋତୁ  ହେତୁ ଅନ୍ୟତ୍ର ଦୋକାନ ସ୍ଥାପନ ପାଇଁ ଦୋକାନୀ ମାନଙ୍କୁ ଅସୁବିଧା ହେଉଛି। ଏଣୁ ଆଜି ଏକ ପ୍ରତିନିଧି ଦଳ ବିଧାୟକ ଅମର କୁମାର ନାୟକ ଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଯେ, ଉଛେଦ ପରେ ଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ କରିବା ସହ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି। ବିଧାୟକ କହିଛନ୍ତି ଆଗାମୀ ଦିନରେ ଛତିଆ ଠାରେ ଏକ ଉଚ୍ଚ କୋଟିର ମାର୍କେଟ ନିର୍ମାଣ କରାଯାଇ ଦୋକାନୀ ଙ୍କୁ ଉପଯୁକ୍ତ ସୁବିଧା ଯୋଗାଇ ଦିଆ ଯିବ। କାରଣ ଛତିଆ କୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ତୀର୍ଥ ଯାତ୍ରୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ଛତିଆ ବଟ ଜଗନ୍ନାଥ ଙ୍କୁ ଦର୍ଶକ କରିବାକୁ ଆସୁଛନ୍ତି । ଏଥିପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି ବିଧାୟକ କହିଥିଲେ। ଏହି ପ୍ରତିନିଧି ଦଳରେ ପୂର୍ବତନ ସରପଞ୍ଚ ନୀଳମଣି ରାଉତ, ସମିତି ସଭ୍ୟ ଦୀପକ ସାହୁ, ରଞ୍ଜନ ସାହୁ, ଅକ୍ଷୟ ସ୍ୱାଇଁ, ପ୍ରଶାନ୍ତ ସାହୁ, ସଞ୍ଜୟ ସ୍ୱାଇଁ, ଅନନ୍ତ କିଶୋର ପ୍ରଧାନ ସମେତ ବହୁ ଦୋକାନୀ ବିଧାୟକ ଙ୍କୁ ସାକ୍ଷାତ କରି ଦାବୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *