ମୋଧନ କାଳିଆ ମୋଧନ ବଳିଆ
ବଡ଼ଦାଣ୍ଡ ହେଲୁ ଉଭା
ଭକତ ମେଳରେ ରୂପଯେ ସୁନ୍ଦର
ଭଉଣୀ ସାଙ୍ଗରେ ଯିବା।
ନବ ଦିନ ଯାତ୍ରା ମାଉସୀ ଘରକୁ
ଲକ୍ଷ୍ମୀକୁ ସାଥେ ନ ନେଲ
ଝିପିଝିପି ବର୍ଷା ଆନନ୍ଦ ମନରେ
ବନ୍ଧୁ ଘର ଯିବା ଭଲ।
ଭଜନ ସଂଗୀତ ଜଣାଣ କୀର୍ତ୍ତନ
କାନକୁ ଶୁଣି ପବିତ୍ର
ପ୍ରଭୁ ନାମ ଜପି ତରିଯାଏ ପାପି
ନିଜେ ପଢ଼ି ମହାମନ୍ତ୍ର।
ସକାଳ ଚନ୍ଦନ ଫୁଲ ଧୂପ ଦୀପ
ଅବଢ଼ା ଭୋଗ ପ୍ରସାଦ
ପାଇଲେ ଭକତି ହୁଅନ୍ତି ଶକତି
ଜୀବନ ବଡ଼ ସଂପଦ।
ସନ୍ଧ୍ୟାରେଆଳତୀପ୍ରାର୍ଥନା ସମାଜ
ଭକ୍ତ ଗଣ ସମାଗମ
ଦର୍ଶନ କରନ୍ତି ମହାପ୍ରଭୁ ସ୍ଥଳ
ଧନ୍ୟ ହୁଏ ଭକ୍ତ ଜନ।
////////////////////////////
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା