ଜମିରେ ଚାଷ କାମ କରୁଥିବା ସମୟରେ ଚାଷୀ ମୃତ । 

ଚଣ୍ଡିଖୋଲ, ୯/୮,(କ.ଵ୍ୟୁ): (ପ୍ରଶାନ୍ତ କୁମାର ଜେନା) : ବଡ଼ଚଣା ବ୍ଲକ ବୈରୀ ଥାନା ଅନ୍ତର୍ଗତ ଶାଳପଡା ଗ୍ରାମରେ ଜଣେ ଚାଷୀ ଗତକାଲି ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ସମୟରେ ହଠାତ ଜମିରେ ପଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସୂଚନା ଅନୁସାରେ ଉକ୍ତ ଗ୍ରାମର ଗୋକୁଳାନନ୍ଦ ସାହୁ(62) ବୁଧବାର ନିଜ ଜମିକୁ କାମ କରିବାକୁ ଯାଇଥିଲେ ଏବଂ କାମ କରୁଥିବା ବେଳେ ଜମିରେ ସେ ଟଳି ପଡିଥିଲେ l କିଛି ସମୟପରେ ପରିବାର ଲୋକେ ବିଲକୁ ଯାଇ ଗୋକୁଳାନନ୍ଦ ଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନା ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଆଜି ମୃତ ଗୋକୁଳାନନ୍ଦଙ୍କ ମରଶରୀର କୁ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା l ପୁଲିସ 11/26ରେ ଏକ ଅପମୃତ୍ୟୁ ମାମଲା ୠଜୁ କରି ଅଧିକ ତଦନ୍ତ ଚଳାଇଛି l

Leave a Reply

Your email address will not be published. Required fields are marked *