ଚଣ୍ଡିଖୋଲ ତା ୯/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) : ରାଜ୍ୟରେ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିୟମ ଘୋଷଣା କରିଛନ୍ତି ତାହା ସାଧାରଣ ଛାତ୍ର ଛାତ୍ରୀ ମାନେ ନାମ ଲେଖାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ମୁଖ୍ୟମନ୍ତ୍ରୀ ଓଡିଶା ଘୋଷଣା କରିଥିଲେ ଯେ କେଜି ରୁ ପିଜି ପର୍ଯ୍ୟନ୍ତ ସବୁ ଛାତ୍ର ଛାତ୍ରୀ ମାନଂକ ପାଇଁ ମାଗଣା ରେ ନାମ ଲେଖାଇବା ଘୋଷଣା କରାଯାଇଥିଵା ଗେଜେଟ ରେ ସରକାର ଯେଉଁ ନୋଟିଫିକେସନ କରିଛନ୍ତି ତାହା ସ୍ପଷ୍ଟ କରାଯାଇନାହିଁ । ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ କଲେଜ କୁ ଏ ସମ୍ପର୍କରେ ଜଣାଇଛନ୍ତି କି ନାହିଁ ତାହା ଏଯାଏଁ ଜଣାପଡ଼ିନାହିଁ।ଚଣ୍ଡିଖୋଲ ସ୍ଥିତ ବାବା ଭୈରଵାନନ୍ଦ ମହାବିଦ୍ୟାଳୟ କୁ ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ଙ୍କ ସହିତ ଅଭିଭାବକ ମାନେ ଆସୁଛନ୍ତି ନାମ ପଞ୍ଜିକରଣ କରିବାକୁ। ଅଧିକନ୍ତୁ ସେ ଛାତ୍ର ଛାତ୍ରୀ ମାନଂକ ଠାରୁ ଅର୍ଥ୍ ରାଶି ଗ୍ରହଣ କରାଯିବ କି ନାହିଁ ସେସମ୍ପର୍କରେ କଲେଜ ପକ୍ଷରୁ କୈଣସି ସ୍ପଷ୍ଟ ନିଷ୍ପତ୍ତି ଘୋଷଣା କରାଯାଉ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହା ଶିକ୍ଷା ବିଭାଗର କି ପ୍ରକାରର ନିଷ୍ପତ୍ତି ତାହା ସାଧାରଣ ଛାତ୍ର ଛାତ୍ରୀ ମାନଙ୍କ ଵୁଝିବା ପାଇଁ ଅସୁବିଧା ସୃଷ୍ଟି କରୁଛି। ଯଦି ଏଭଳି ଭାବେ ଶିକ୍ଷାର ଯୋଜନା ହୁଏ ତାହାହେଲେ ଶିକ୍ଷାର କେଉଁ ପ୍ରକାର ବିକାଶ ବୋଲି ସାଧାରଣରେ ଆଲୋଚନା ହେଉଛି। ଆଜି ଶିକ୍ଷାର ବିନାଶ ଘଟିଛି, ସେଥିପାଇଁ ଦାୟୀ କିଏ ତାହା ଏକ ପ୍ରଶ୍ନ ବାଚୀ? ସରକାର ଠିକ୍ ଭାବରେ ନିଷ୍ପତ୍ତି ନିଅନ୍ତୁ, କେଉଁ ପ୍ରକାର ଯୋଜନା ପ୍ରସ୍ତୁତ କଲେ ଶିକ୍ଷାର ପ୍ରଗତି ହେବ।ଚଣ୍ଡିଖୋଲ ମହାବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ତଥା ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ମଧ୍ୟ ଛାତ୍ର ଛାତ୍ରୀ ମାନଂକ ଆଡ଼ମିଶନ କିପରି କରାଯିବ ସେ ସଂପର୍କରେ କିଛି ଜାଣିନାହାନ୍ତି ବୋଲି ସାଧାରଣରେ ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି। ଜଣାପଡେ ବର୍ତ୍ତମାନ ଶିକ୍ଷାର ବିପର୍ଯ୍ୟସ୍ତ ଘଟିବାକୁ ଯାଉଛି। ଛାତ୍ର ଛାତ୍ରୀ ମାନଂକ ସୁରକ୍ଷା ଓ ବିକାଶ ପାଇଁ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି।