

ବାରିପଦା /ଉଦଳା(କ: ବ୍ଯୁ)ତା୦୯/୦୭/୨୦୨୬
ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ସଂଗଠନ
ଚିନ୍ମୟ ମିଶନ ପ୍ରତିଷ୍ଠା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଭାରତବର୍ଷ ରେ ଆୟୋଜିତ ଅମୃତ କଳସ ଶୋଭାଯାତ୍ରା ଆଜି ସକାଳ ୧୦ ଟା ସମୟରେ ଆସି ଉଦଳା ରେ ପହଞ୍ଚି ଥିଲା | ଚିନ୍ମୟ ମିଶନ ସଂଗଠନ ର ଉଦଳା ଶାଖା ତରଫରୁ କଲିଆଛକ ନିକଟରେ ଏହାକୁ ସ୍ୱାଗତ କରାଯାଇଥିବା ବେଳେ ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଠାରେ ଉପସ୍ଥିତ ଥିଲେ | ସେଠାରୁ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀ ଙ୍କ ପାଦୁକା କୁ ଉଦଳା ଶାଖା ର ଅଧ୍ୟକ୍ଷ ପର୍ଶୁରାମ ବେହେରା ଏବଂ ପ୍ରତିମୂର୍ତ୍ତି କୁ ଉପସଭାପତି ଶ୍ରୀକାନ୍ତ କଲିଆ ଗ୍ରହଣ କରିବା ସହିତ ଶୋଭାଯାତ୍ରା ଆରମ୍ଭ ହୋଇଥିଲା | ଦେଶସାରା କଳସ ଯାତ୍ରା ରେ ନିୟୋଜିତ ବ୍ରହ୍ମଚାରୀ ସୁଧିର ଚୈତନ୍ୟ, ବ୍ରହ୍ମଚାରୀ ତାରିଣୀ ଚୈତନ୍ୟ, ସୁମୁଖ ଶ୍ରୀପଦ, ଲକ୍ଷ୍ମଣ କୁମାର ଏବଂ ଟିମ୍ ଙ୍କ ସମେତ ରାଉରକେଲା ର ସ୍ୱାମୀ ଅରୁପାନନ୍ଦ, ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ, ବ୍ରହ୍ମଚାରୀ ଅଚ୍ୟୁତ ଚୈତନ୍ୟ ଙ୍କ ସମେତ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ | ସୁରକ୍ଷା କୁ ଦୃଷ୍ଟି ରେ ରଖି ପୁଲିସ କର୍ମଚାରୀ ମୁତୟନ କରାଯାଇଥିଲା | ଏହାପରେ ଧୁମସା, ମାଦଳ ସହିତ ହରିନାମ ସଂକୀର୍ତ୍ତନ କରି ଶୋଭାଯାତ୍ରା ଟି ଉଦଳା ବଜାର ପରିକ୍ରମା କରିବା ସହିତ ଭୀମତାଳି ସ୍ଥିତ ଚିନ୍ମୟ ମିଶନ ଆଶ୍ରମ କୁ ଯାଇଥିଲା | ସେଠାରେ ପାଦୁକା ପୂଜା ଏବଂ ସତସଙ୍ଗ ଆୟୋଜନ ପରେ ପ୍ରସାଦ ସେବନ ହୋଇଥିଲା | ଦିନ ୧ ଟା ସମୟରେ ଅମୃତ କଳସଯାତ୍ରା ପ୍ରସ୍ଥାନ କରି ବାଲେଶ୍ୱର ଅଭିମୁଖେ ଅଗ୍ରସର ହୋଇଯାଇଥିଲା | ଚିନ୍ମୟ ମିଶନ ଉଦଳା ଶାଖା ର ସଭାପତି ପ୍ରହ୍ଲାଦ ଦାସ, ଉପସଭାପତି ଶ୍ରୀକାନ୍ତ କଲିଆ, ସମ୍ପାଦକ ଦୋଳମଣି ପୁହାଣ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ରାଉତ, ଜୟଗୋପାଳ ରାୟ, ପ୍ରମିଳା ଜେନା, ଶେଫାଳି ମଣି ଦେଇ ଙ୍କ ସମେତ ସଂଗଠନ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ |
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)