
ବାରିପଦା /ଉଦଳା(କ: ବ୍ଯୁ) ତା୦୪/୦୭/୨୦୩୨୬ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୭୭ ତମ ବନମହୋତ୍ସବ ଅବସରରେ ଆଜି ୪ ତାରିଖ ସକାଳ ୯ ଘଟିକା ସମୟରେ ଉଦଳା ତାଲୁକ ଆଇନ ସହାୟତା କମିଟି ଏବଂ ଉଦଳା ବନ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶ୍ମଶାନ କାଳୀ ମନ୍ଦିର ନିକଟ ରାସ୍ତା ପାଶ୍ୱର୍ରେ ଅନୁଷ୍ଠିତ ହୋଇଯାଇଅଛି । ବାରିପଦା ବନ ଖଣ୍ଡ ଅଧିନ ଉଦଳା ବନାଞ୍ଚଳ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଦଳାର ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରା, ଏସ.ଡ଼ି.ଜେ.ଏମ. ଅନୁରାଗ ଦେହୁରୀ, ଉଦଳା ଓକିଲ ସଂଘର ସଭାପତି ଲମ୍ବୋଦର ବେହେରା, ସମ୍ପାଦକ ବସନ୍ତ କୁମାର ପରିଡ଼ା, ଉପଖଣ୍ଡ ଓକିଲ ସଂଘର ସମ୍ପାଦକ ରଜତ କୁମାର ମହାପାତ୍ର ଙ୍କ ସମେତ ଆଇନଜୀବୀ ମକରନ୍ଦ ପଲେଇ, ହରପ୍ରିୟା ହାଁସଦାଃ, ଶାଶ୍ୱତ ତ୍ରିପାଠୀ, ଲିଗାଲ ରିଟେନର କମଳାକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକାର ଚାରା ରୋପଣ କରି ‘ମା ପାଇଁ ଗଛ ଟିଏ, ଗଛ ବଞ୍ଚିଲେ ଆମେ ବଞ୍ଚିବା’ ଇତ୍ୟାଦି ସ୍ଲୋଗାନ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉଦଳା ବନାଞ୍ଚଳ ତରଫରୁ ସହକାରୀ ବନାଞ୍ଚଳ ଅଧିକାରୀ ଶୁଶାନ୍ତ କୁମାର ବାଗ, ବନାଞ୍ଚଳ କର୍ମଚାରୀଙ୍କ ସହିତ ପରିବେଶବିତ୍ କୁଳମଣୀ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଉଦଳା ବିଚାର ବିଭାଗୀୟ ଅଦାଲ୍ତ ର ଆଇନ ସହାୟତା କମିଟିର କର୍ମଚାରୀ ସନତ କୁମାର ସେଠୀ, କୀର୍ତ୍ତିରାଜ ସ୍ୱାଇଁ, ପ୍ରକାଶ ସିଂ, କିଶୋର ମାର୍ଣ୍ଡି, କର୍ମଚାରୀ ପ୍ରଶାନ୍ତ କୁମାର ମିଶ୍ର ଇତ୍ୟାଦି ଉପସ୍ଥିତ ଥାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)