ନୟାଗଡ଼ ତା,,3,7,2026, :
ନୟାଗଡ଼ରେ 3ୟ ଦିନରେ ଡାକ୍ତର ଆନ୍ଦୋଳନର ପ୍ରଭାବ। ରୋଗୀ ଚିକିତ୍ସା ନ ପାଇ କଲବଲ ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ସମସ୍ୟା । ଶୀଘ୍ର ସମୟ ଧରି ଶବ ବ୍ୟବଚ୍ଛେଦ ଗୃହରେ ପଡିରହିଲା ମୃତ ଦେହ। ଡାକ୍ତର ଆନ୍ଦୋଳନ ପାଇଁ ଖଣ୍ଡପଡା ଥାନା ଗାଡ଼ିଆସାହି ଗାଁ ପ୍ରଭାତ ଖଡ଼ିରତ୍ନଙ୍କ ଶବ ବ୍ୟବଚ୍ଛେଦରେ ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି । LT ବିଦ୍ୟୁତ ସଂସ୍ପଶରେ ଆସି ପ୍ରଭାତ ଖଡ଼ିରତ୍ନ ଆହାତ ହୋଇଥିଲେ। ତାଙ୍କୁ ଚ
ଚିକିତ୍ସା ପାଇଁ ପରିବାର ଲୋକ ପ୍ରଥମେ ଖଣ୍ଡପଡା ମେଡ଼ିକାଲ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟଙ୍କୁ ଆଣିଥିଲେ ।ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକ ଦାବି କରିଥିଲେ। କିନ୍ତୁ ଡ଼ାକ୍ତର ମାନେ ଆନ୍ଦୋଳନ କରିଥିବା ରୁ ଶବ ବ୍ୟବଚ୍ଛେଦ କରିବା ପାଇଁ ସମସ୍ୟା ଦେଖା ଦେଇଥିଲା ।ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ପ୍ରଭାତ ଖଡ଼ିରତ୍ନଙ୍କ ପରିବାର ଏବଂ ସଂପର୍କୀୟ ଙ୍କ ଅଭିଯୋଗ ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହରେ ପଡିରହିଛି ପ୍ରଭାତ ଖଡ଼ିରତ୍ନଙ୍କ ମୃତ ଦେହ। କିନ୍ତୁ କେହି ଆସୁନି ନାହାଁନ୍ତ ଶବ ବ୍ୟବଚ୍ଛେଦ କରିବା ପାଇଁ। ସେପଟେ ଡାକ୍ତର ସଙ୍ଘ ପକ୍ଷରୁ କୁହାଯାଇଛି 18 ଦଫା ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ଏହା ରାଜ୍ୟ ସଙ୍ଘର ନିଷ୍ପତ୍ତି। ସରକାର ଡାକ୍ତର ସଙ୍ଘର ଦାବି ଶୁଣୁ ନାହାନ୍ତି ।ଓଲଟା ସରକାର ଡାକ୍ତରଙ୍କ ଦରମା ବନ୍ଦ କରିବା ପାଇଁ ଧମକ ଦେଇଛନ୍ତି ।କିନ୍ତୁ ସେଥିରେ ଡାକ୍ତର ସଙ୍ଘ ଡରିବାର ନାହିଁ। ମେଡ଼ିକାଲ ଅଫିସ ଗୃହ ରୁ ତାଙ୍କୁ ବାହାର କରାଯାଇଛି। ତେଣୁ ସେମାନେ ଏକତ୍ରିତ ହୋଇ ମେଡ଼ିକାଲ ପରିସରରେ ପ୍ରତିବାଦ ଆନ୍ଦୋଳନ ଜାରୀ ରଖିଥିବା ଡାକ୍ତର ସଙ୍ଘ ପକ୍ଷରୁ କୁହାଯାଇଛି।ସେପଟେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଡାକ୍ତରଙ୍କୁ ନିଵେଦନ କରିଛନ୍ତି ଆନ୍ଦୋଳନ ରୁ ନିବୃତ୍ତ ରହିବା ପାଇଁ । ମେଡ଼ିକାଲ ପଡି ରହିଥିବା ପ୍ରଭାତ ଖଡ଼ିରତ୍ନଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲାପାଳ ଏବଂ CDMOଙ୍କ ସହ କଥା ହୋଇଥିବା ସେ କହିଛନ୍ତି। ସେପଟେ ଜିଲ୍ଲାପାଳ କହିଛନ୍ତି ତୁରନ୍ତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଦେବା ପାଇଁ CDMO ଙ୍କୁ ନିର୍ଦେଶ ଦେଇଛନ୍ତି।,,,
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ,