ସାଙ୍ଘାତିକ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ଏତଲା ଦାୟର

କଟକ : ଥାନାରେ ପହଁଚିଲା ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ। ଏଭଳି ସାଙ୍ଘାତିକ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ଏତଲା ରୁଜୁ କରିବା ସହ ନିରପେକ୍ଷ ତଦନ୍ତକରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ଲାଲବାଗ ଥାନାରେ ଏତେଲା ଦାୟର ହୋଇଛି । ଆଇନଜୀବୀ ନିସିକାନ୍ତ ମିଶ୍ରଙ୍କ ପକ୍ଷରୁ ଏହି ଏତଲା ଦାୟର କରାଯାଇଛି। ସ୍କୁଲ ପାଠ୍ୟ ପୁସ୍ତକରେ ପ୍ରାୟ ୧୬୦୦ରୁ ଉର୍ଦ୍ଧ୍ଵ ତ୍ରୁଟି ରହିଛି ବୋଲି ସରକାରୀ ସ୍ତରରେ କୁହାଯାଇଥିଲା ବେଳେ ଏକାପ୍ରକୃତରେ ତିନି ହଜାର ରୁ ଉର୍ଦ୍ଧ୍ବ ତ୍ରୁଟି ରହିଛି ବୋଲି ଏତେଲାକାରୀ କହିଛନ୍ତି। ଏହି ପାଠ୍ୟ ପୁସ୍ତକ ପ୍ରକାଶନ୍ ରେ ରାଜ୍ୟ ରାଜକୋଷରୁ ପ୍ରାୟ ୭୫୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇଥିଲା ବେଳେ ଏହି କ୍ଷତି ସମ୍ପୃକ୍ତ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରିବାକୁ ଉଲେଖ କରାଯାଇଛି। ଏଭଳି ତ୍ରୁଟି ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏହି ଷଡ଼ଯନ୍ତ୍ର ରେ କେଉଁମାନେ ସାମିଲ ଅଛନ୍ତି ଓ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ସ୍ପଷ୍ଟ କରି ନାହାନ୍ତି। ତେଣୁ ଏହି ଘଟଣାରେ ଫୌଜଦାରୀ ଏତଲା ରୁଜୁ କରି ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତେଲାକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *