କଟକ : ସରକାର କଠୋର ହେବା ପରେ, ଆହୁରି କଠୋର ହେଲା ଡାକ୍ତରୀ ସଂଘ। ଆସନ୍ତା କାଲି ରାଜ୍ୟବ୍ୟାପୀ ଦିନ ୯ ରୁ ୧୦ ଓପିଡ଼ି ସେବା ବନ୍ଦ। ରାଜ୍ୟ ରେ ଡାକ୍ତରଙ୍କ ଧାରଣା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର କଡା ଆଭିମୁଖ୍ୟକୁ ନେଇ ଏସ ସି ବି ଜୁନିଅର୍ ଡାକ୍ତର ସଂଘର ପ୍ରତିକ୍ରିୟା ରଖିଛନ୍ତି ଜୁନିୟର ଡାକ୍ତର ସଙ୍ଘ ସଭାପତି ଚିନ୍ମୟ କୁମାର ପ୍ରଧାନ। ଦାବୀ ପୂରଣ ପାଇଁ ସରକାର ଆଲୋଚନାକୁ ନ ଆସିଲେ ଆସନ୍ତାକାଲିଠାରୁ ଏକ ଘଣ୍ଟା ପାଇଁ ଓ ପି ଡି ସେବା ବନ୍ଦ୍ ରଖିବାକୁ ଚେତାବନୀ ଦେଇଛି ସଂଘ। ୪୮ ଘଂଟା ଧରି ଡାକ୍ତର ସଂଘ କଳାବ୍ୟାଚ ପିନ୍ଧି ରୋଗୀ ସେବା ଜାରି ରଖିଥିଲା ବେଳେ ଦରମା ବନ୍ଦ ଓ ଚାକିରିରୁ ବହିଷ୍କାର ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଦୁଇ ବର୍ଷ ଧରି ଡାକ୍ତର ମାନଙ୍କ ଦାବିକୁ ନେଇ ବାରମ୍ବାର ସରକାର ଙ୍କୁ ସଚେତନ କରିବା ସତ୍ୱେ ସରକାର କର୍ଣପାତ କରୁ ନଥିବା ନେଇ ଅଭିଯୋଗ କରିଛନ୍ତି ଜୁନିୟର ଡାକ୍ତର ସଂଘ। ଯଦି ସରକାର ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗମୀ ଦିନରେ ଆହୁରି କଡା ଅଭିମୁଖ୍ୟ ଗ୍ରହଣ କରାଜିବ ବୋଲି କହିଛନ୍ତି ଜୁନିୟର ଡାକ୍ତର ସଂଘ