

କଟକ: ତା: ୦୩/୦୭/- କଟକ ସ୍ଥିତ ୧୪୩ ବର୍ଷର ପୁରାତନ ଐତିହାସିକ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲ ର ଐତିହ,ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଅଧିକାର ,ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଓ ସୁରକ୍ଷା ସଂରକ୍ଷଣ ସହ ପ୍ରାଥମିକ ପାଠ୍ୟପୁସ୍ତକ ରେ ଥିବା ତ୍ରୁଟି ର ଅବିଳମ୍ବ ସଂଶୋଧନ ଦାବୀରେ କଟକ ନଗର(ଜିଲ୍ଲା)କଂଗ୍ରେସ ପକ୍ଷରୁ ସଭାପତି ଆଇନଜୀବି ଡ଼ ବିପ୍ଳବ ଶିଳାଦିତ୍ୟ ଙ୍କ ନେତୃତ୍ୱରେ ଯୁବଛାତ୍ର ଓ ବରିଷ୍ଠ କଂଗ୍ରେସ କର୍ମୀ ମାନେ କଟକ ଜିଲ୍ଲାପାଳ ଙ୍କୁ ଭେଟି ଆଲୋଚନା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଦିଆଯାଇଥିଲା । ଖ୍ରୀଷ୍ଟ କଲିଜିଏଟ ବିଦ୍ୟାଳୟର ପରିସରକୁ ବେସରକାରୀ ଶିକ୍ଷାନୁଷ୍ଠାନକୁ ବ୍ୟବହାର ପାଇଁ ଲିଜ୍ ସୂତ୍ରରେ ପ୍ରଦାନ କରିବା ଘଟଣା ସାଧାରଣରେ କଟକ ବାସୀଙ୍କ ମନରେ ଉଦବେଗ ସୃଷ୍ଟି କରିଛି।ଏଥି ସହିତ ଜାତୀୟ ଶିକ୍ଷା ନୀତି କୁ ଆଧାର କରି ଆମ ରାଜ୍ୟରେ ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ନୂତନ ପାଠ୍ୟ ପୁସ୍ତକରେ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ଅକ୍ଷମଣୀୟ ଭୁଲ୍ ପରିଲକ୍ଷିତ ହୋଇଛି । ଏହି ଜାତୀୟ ଶିକ୍ଷାନୀତି କୁ ଦେଶର ସବୁ ରାଜ୍ୟ ଲାଗୁ କରିନଥିବା ବେଳେ ଆମରାଜ୍ୟ କାହିଁକି ତରବରିଆ ଭାବରେ ଲାଗୁ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଛାତ୍ର ଛାତ୍ରୀ ଙ୍କୁ ମୂର୍ଖ କରିବାକୁ ଏ ସରକାର ଚାହୁଁଛି ।ଏହି ଭୁଲ ପାଠ୍ୟପୁସ୍ତକ ଛାପା ଯିବାରେ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ଏହାକୁ କିଏ ଭରଣା କରିବ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ ।ତେଣୁ ତୁରନ୍ତ ସଠିକ୍ ନିର୍ଭୁଲ ପାଠ୍ୟ ପୁସ୍ତକ ରାଜ୍ୟ ସରକାର ଛାପି ବିନା ମୂଲ୍ୟରେ ଛାତ୍ରଛାତ୍ରୀଙ୍କୁ ବାଣ୍ଟିବାକୁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଚ୍ଛାୟତ,ପିସିସି ସଭ୍ୟ ବିଶ୍ଵନାଥ ଶତପଥୀ,ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରିତିଛନ୍ଦା କୈବଲ୍ୟ ନାୟକ, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ଶଙ୍କର ଦାସ,ଜିଲ୍ଲା କଂଗ୍ରେସ ପ୍ରାକ୍ତନ ଉପସଭାପତି ଶିଶିର ରଥ ଓ ରାଜେଶ୍ ସ୍ୱାଇଁ,କଟକ ନଗର କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା,ନଗର କଂଗ୍ରେସ ପ୍ରାକ୍ତନ ସାଧାରଣ ସଂପାଦକ ନିର୍ମଳ ସ୍ୱାଇଁ,ପ୍ରାକ୍ତନ କର୍ପୋରେଟର ପ୍ରଶାନ୍ତ ଭୋଇ,ବରିଷ୍ଠ ଆଇନଜୀବି ଆରିଫ ଉଦ୍ଦିନ ଖାନ୍ ଓ ବିଶ୍ୱରଞ୍ଜନ ମହାରଥା,ବ୍ଲକ୍ ସଭାପତି ଦିବ୍ୟରଞ୍ଜନ ପ୍ରଧାନ, କଂଗ୍ରେସ ନେତା ଜଗନ୍ନାଥ ସାହୁ, ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ କୁମାର ଅଗ୍ରୱାଲ,ଙ୍କ ସମେତ ଆଡଭୋକେଟ ଚନ୍ଦ୍ରକାନ୍ତ ଖଟୁଆ,ସପନ ପାଲ,ଅରିଜିତ ରାଉତରାୟ, ନିର୍ମଳ ସାମଲ,ଶୁଭ ରଞ୍ଜନ ରାଉତରାୟ,ଅର୍ମାନ ପ୍ରଧାନ, ଅବିନାଶ ଜେନା,ଓ ସ୍ୱପ୍ନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଦୃଢ଼ ଦାବୀ କରିଥିଲେ ।