ନୀଳ ସୁନ୍ଦର୍ ସରକାରୀ ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଉତ୍ସବ ପାଳିତ 

ଚଣ୍ଡିଖୋଲ ତା ୨/୭ (କ ପ୍ର) ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ଗ୍ରାମରେ ଅବସ୍ଥିତ ନୀଳସୁନ୍ଦର୍ ଉଚ୍ଚ ବିଦ୍ୟାଳୟ ୧୯୬୯ ମସିହାରେ ସ୍ଥାପନ ହେଇଥିଲା , ଆଜି ଏହି ବିଦ୍ୟାଳୟ ୫୮ବର୍ଷରେ ପଦାର୍ପଣ କରିଛି, ସରକାରୀ ନିୟମ ଅନୁସାରେ  ନୀଳ ସୁନ୍ଦର୍ ଉଚ୍ଚ ବିଦ୍ୟାଳୟ ସହିତ ପ୍ରାଥମିକ ବିଦ୍ୟାଳୟ, ମଧ୍ଯ ଇଂରାଜୀ ବିଦ୍ୟାଳୟ କୁ ମିଶ୍ରଣ କରି ନୀଳ ସୁନ୍ଦର୍ ସରକାରୀ ଉଚ୍ଚ ବିଦ୍ୟାଳୟ ନାମରେ ନାମିତ କରାଯାଇଛି। ଆଜି ଏହି ପ୍ରତିଷ୍ଠା ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟର  ଶତାଧିକ ଛାତ୍ର ଛାତ୍ରୀ   ପାଖ   ପୋଖରୀ କୁ ଯାଇ ୫୮ଟି କଳସ ରେ ପୁର୍ଣ୍ଣ ଜଳ ସହିତ ପଇଡ  ରଖି ସଭା ମଞ୍ଚରେ  ସ୍ଥାପନ କରି ଥିଲେ।ପ୍ରଧାନ ଶିକ୍ଷକ ବୃଷ ଭାନୁ ନାୟକ  ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ମିନତୀ ସାହୁ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ତୁହିନାଂଶୁ ରଥ, ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବ୍ଲକ୍ ଶିକ୍ଷାଧିକାରୀ ଅଭୟ  କୁମାର ବେହେରା, ଶିଶୁ ସାହିତ୍ୟିକ ଡକ୍ଟର ପ୍ରିୟନାଥ ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଭ୍ରମର ବର୍ ସାହୁ, , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୀରବର ବେହେରା, ଶିକ୍ଷାବିତ୍ ସତ୍ୟନାରାୟଣ ବେହେରା, ପୁରାତନ ଛାତ୍ର ସଂସଦ ସଭାପତି ବିଜୟ କୁମାର୍ ରାମ , ଅବସର ପ୍ରାପ୍ତ ଶିକ୍ଷକ  ବିଚିତ୍ର କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ।,ପ୍ରାରମ୍ଭରେ ସମସ୍ତ ଅତିଥି ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଭାରତ ବର୍ଷ ର ମହାମନିଶୀ    ଜାତିର ଜନକ  ମହାତ୍ମା ଗାନ୍ଧୀ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକର, ଉତ୍କଳମଣି ଗୋପବନ୍ଧୁ ଦାସ, ପ୍ରଥମ ପ୍ରଧାନ ମନ୍ତ୍ରୀ   ପଣ୍ତିତ  ଜବାହାରଲାଲ ନେହେରୁ, ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀ,  ବାରିଷ୍ଟର  ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ  ପ୍ରତିମୂର୍ତ୍ତି କୁ ଅନାବରଣ କରି ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ। ଏହି ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ସାଗରିକା ମହାକୁଡ ବେଦ ପାଠ କରିଥିଲେ। ସହକାରୀ ଶିକ୍ଷକ ଚିତ୍ତ ରଞ୍ଜନ କର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ମଞ୍ଚରେ ଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରି ମୂଖ୍ୟ ଅତିଥି ଶ୍ରୀମତୀ ମିନତୀ ସାହୁ ଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ। ଏହି ବିଦ୍ୟାଳୟ ଆଜି ୫୮ବର୍ଷରେ ପହଞ୍ଚିଛି, ଶିକ୍ଷା କ୍ଷେତ୍ରରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉଚିତ୍ ଶିକ୍ଷାଦାନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରିଛନ୍ତି, ଶିକ୍ଷାର ବିକାଶ ହେଲେ ଛାତ୍ର ଛାତ୍ରୀ ମାନଙ୍କର ବିକାଶ ହେବ, ଏଠାରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନେ ଠିକ୍ ଭାବରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ଶିକ୍ଷାରେ ସହାୟତା ପାଇଲେ ସେହି ପିଲା ମାନେ ଉଛ ଶିକ୍ଷ୍ୟା ପାଇ ଚାକିରି କରିପାରିବେ ଏବଂ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ୧୯୭୩ମସିହା ପ୍ରଥମ ବ୍ଯ୍ୟାଚ ପରୀକ୍ଷାର୍ଥୀ କୈଳାଶ ଚନ୍ଦ୍ର ରାଉତ, ଶେଖ୍ ମହେମୁଦ, ସୁଶ୍ରୀ ସାରଳା ଦାଶ, ଶିବରାମ ସାହୁ କିଶୋର ଚନ୍ଦ୍ର ମହାପାତ୍ର, ଗୋପୀନାଥ ସେନାପତି ସମେତ ଅନ୍ୟ ପୁରାତନ।  ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଅତିଥି ମାନେ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ   ପୁର୍ବତନ ପ୍ରଧାନ ଶିକ୍ଷକ ଭ୍ରମରବର ସାହୁଓ ଅନ୍ୟ ୨ଜଣଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କୁ ଉତ୍ତରୀୟ,, ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।। ଏହି ବିଦ୍ୟାଳୟ ର ପ୍ରତିଷ୍ଠାତା, ପୂର୍ବତନ ସମ୍ପାଦକ ସ୍ୱର୍ଗତ ରାମ ନାରାୟଣ ରାମ  ଦିବଂଗତ ସଭାପତି ଲ ପରିଡା,, ପୁର୍ଣ୍ଣ ଚନ୍ଦ୍ର ପରିଡ଼ା,ହରେକୃଷ୍ଣ। ପରିଡ଼ା , ସନାତନ ସାହୁ, ସେକ ହାସିମ୍ , ସୁରେନ୍ଦ୍ର ନାଥ ଜେନା,ରାମନାଥ ଦାଶ, କୁଳମଣି ମହାପାତ୍ର,ସୂର୍ଯ୍ୟମଣି ଦାସ ବନମାଳୀ ବେହେରା, ଙ୍କୁ ମାରୋଣତର ସମ୍ମାନ ରେ ତାଙ୍କ ଉତ୍ତରାଧିକାରୀ ଙ୍କୁ, ମାନପତ୍ର,, ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା, ସେହିପରି ଅନ୍ୟତମ ପ୍ରତିଷ୍ଠାତା ନାରାୟଣ  ନାୟକ,, ହରିହର ସେଠୀ ଙ୍କୁ  ମାନପତ୍ର,ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ   କରାଯାଇ ଥିଲା। , ଶେଷରେ ସହକାରୀ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ, ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ  ସମ୍ପୂର୍ଣ  ସହଯୋଗ କରିଥିଲେ।ବିଦ୍ୟାଳୟର ଛାତ୍ର, ଛାତ୍ରୀ ଅଭିଭାବକ,ସମାଜସେବୀ, ଶିକ୍ଷାବିତ୍ ମାନେ ଯୋଗ ଦେଇ ଉତ୍ସବକୁ ମୁଖରିତ କରିଥିଲେ।

Leave a Reply

Your email address will not be published. Required fields are marked *