
ବାରିପଦା /ଉଦଳା(କ ବ୍ଯୁ)ତା ୦୧/୦୭/୨୦୨୬ : ଏହି କିଛି ମାସ ଭିତରେ ଉଦଳା ବ୍ଲକ ତରଫରୁ ବିଭିନ୍ନ ସମୟରେ ବିକାଶମୂଳକ କାର୍ଯ୍ୟକ୍ରମ ଗୁଡିକ ବିଡିଓଙ୍କ ଜରିଆରେ ଚାଲୁଥିବାର ଦେଖିବାକୁ ମିଳିଛି । ଉଦଳା ବ୍ଲକର ବିଡିଓ ଏହି କାର୍ଯ୍ୟକ୍ରମ ଗୁଡିକର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସରକାରୀ ସ୍ତରରେ କିମ୍ବା ବ୍ୟକ୍ତିଗତ ଭାବେ ଡାକିବାର ନିୟମ ଥିବାବେଳେ ଏହାକୁ ଅଣଦେଖା କରିବାର ଦେଖିବାକୁ ମିଳିଛି। କପ୍ତିପଦା ଉପଖଣ୍ଡର ଉଦଳାରେ ପାଖାପାଖି ୩୦ରୁ ଅଧିକ ସାମ୍ବାଦିକ ଖବରକାଗଜ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ କାର୍ଯ୍ୟରତ ଅଛନ୍ତି । ତନ୍ମଧ୍ୟରୁ କିଛି ସାମ୍ବାଦିକମାନଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶ ଧାରା ଓଡିଶା ସାରା ‘ କାର୍ଯ୍ୟକ୍ରମରେ ଡାକିଥିବା କଥା ବିଡିଓ ଖୋଦ୍ ପ୍ରକାଶ କରିଥିଲେ । ଏଭଳି ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣକୁ ବୋଧହୁଏ ଉଦଳା ବିଡିଓ ଚାହୁଁ ନାହାନ୍ତି ନା ଅନ୍ୟ କାହାରି ଚାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପେକ୍ଷା କରୁ ଅଛନ୍ତି ତା’ର ତଦନ୍ତ ହେବାର ଆବଶ୍ୟକତା ଅଛି । ଉଦଳାର ସାମ୍ବାଦିକମାନଙ୍କର ଦୁଇଟି କ୍ଲବ ଅଛି , ଏହା ସେ ଜାଣି କିପରି ଡାକିବାକୁ ଭୁଲି ଯାଇଛନ୍ତି , ତାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମହଲରେ ସନ୍ଦେହ ସୃଷ୍ଟି ହୋଇଅଛି । ଉପରିସ୍ଥ ଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ କଲେ ବାସ୍ତବ ସତ୍ୟ ପଦାକୁ ଆସିପାରିବ ବୋଲି ଆଶା ରଖିଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)