ମାର ଓ୍ଵାଡି ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ।

କଟକ : ରେଭେନ୍ସା କଲିଜିଏଟ ସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀ ବିଶ୍ଵନାଥ ମିଶ୍ର ପଦୋନ୍ନତି ପାଇ ଆଜି ବୁଧବାର ଦିନ କଟକ ମାର ଓ୍ଵାଡି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି। ଶ୍ରୀ ମିଶ୍ର ପ୍ରଧାନ ଶିକ୍ଷକ ଦାୟିତ୍ବ ଗ୍ରହଣ କରିବା ପରେ କହିଲେ, ମାର ଓ୍ଵାଡି ହାଇସ୍କୁଲ ଏକ ପୂରାତନ ହାଇସ୍କୁଲ । ବହୁ ମାନ୍ୟଗଣ୍ୟ ଏବଂ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି ସ୍କୁଲରୁ ପାଠ ପଢି ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଅଛନ୍ତି। ତେଣୁ ଏହି ସ୍କୁଲର ବିକାଶ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ମୁଁ ପ୍ରାଧାନ୍ୟ ଦେବି । ବିଶେଷ କରି ଏହି ପୁରାତନ ବିଦ୍ୟାଳୟର ପୂର୍ବ ସମ୍ମାନ ଫେରାଇ ଆଣିବା ପାଇଁ ମୁଁ ମୋର ଯଥାସାଧ୍ୟ ଉଦ୍ୟମ ଜାରି ରଖିବି । ମୁଁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ ହେବାପରେ ନିଜକୁ ଗୈ।ରବାନ୍ଵିତ ମନେକରୁଛି । ଶ୍ରୀ ମିଶ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବ ନେବା ପରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଶ୍ରୀ ମିଶ୍ର ମାର ଓ୍ଵାଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ ହୋଇଥିବାରୁ ତାଙ୍କୁ ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ମାନେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ପରେ ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *