“୪ ଜଙ୍ଗଲ କାଠ ମାଫିଆ ଙ୍କୁ କାରାଦଣ୍ଡାଦେଶ ଶୁଣାଇଲେ ଉଦଳା ଏସ ଡି ଜେ ଏମ୍”

ବାରିପଦା /ଉଦଳା(କ: ବ୍ଯୁ) ତା୩୦/୦୬/୨୦୨୬ : ଆଜି ଉଦଳା ଏସଡିଜେଏମ ଅନୁରାଗ ଦେହୁରୀ ଏକ କାଠଚୋରୀ ମାମଲାର ଶୁଣାଣି କରି ୪ଜଣ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ ନିର୍ଦ୍ଦେଶ ନାମା ଜାରିକରିଛନ୍ତି । ଉଦଳା ବନ ବିଭାଗ ଦ୍ୱାରା ତା୧୭-୦୯-୨୦୧୩ ମସିହାରେ ଶିମିଳିପାଳରୁ କାଠ କାଟି ନେଉଥିବା ବେଳେ ୪ ଜଣ କାଠ ମାଫିଆଙ୍କୁ ଗିରଫ କରି ସେମାନଙ୍କ ଠାରୁ ୪ ଗୋଟି ସାଇକେଲ, ୪ ଖଣ୍ଡ ଶାଳ କାଠ ଜବତ କରିଥିଲା । ଅଭିଯୁକ୍ତ ମାନେ କାଠ ନେଇ ଯାଉଥିବା ବେଳେ ବନ ବିଭାଗ ବଣିଆବସା ନିକଟରେ ଗିରଫ କରି ଦଫା ୨୧ ଫରେଷ୍ଟ ଆକ୍ଟ ମକଦ୍ଦମା ନଂ-୨(ବି)ସି.ସି.ମ୍ବର ୩୪/୨୦୧୩ରେ କୋର୍ଟ ଚାଲାଣ କରିଥିଲା । ଉକ୍ତ ମକଦ୍ଦମାର ସମସ୍ତ ସାକ୍ଷୀଙ୍କ ବୟାନ ପରେ ମାନ୍ୟବର ଅଦାଲତ ଆଜି ଅଭିଯୁକ୍ତ ରାଇସେନ କିସ୍କୁ (୬୧), ବୁଧିରାମ ହୋ (୩୩), ରୁଇଦାସ ଟୁଡ଼ୁ (୩୯) ଓ ଠାକୁରା ହୋ (୩୮) ପ୍ରତ୍ୟେକଙ୍କୁ ୩ ବର୍ଷ ଲେଖାଏ କାରାଦଣ୍ଡାଦେଶ ଓ ୨ ହଜାର ଟଙ୍କା ଜରିମାନା ପାଇଁ ଏସଡିଜେଏମ ଶ୍ରୀ ଦେହୁରୀ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦାୟ ହେଲେ ଅଧିକ ଦୁଇ ମାସ ଲେଖାଏଁ ପ୍ରତ୍ୟେକ କାରାଦଣ୍ଡାଦେଶ ଭୋଗିଭାକୁ ପଡ଼ିବ । ଉକ୍ତ ମାମଲାରେ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରବିନ୍ କୁମାର ପଟ୍ଟନାୟକ, ସରକାରୀ ଓକିଲ ଏବଂ ମୁଦ୍ଦାଲା ତରଫରୁ ଆଇନଜୀବି ମାନସ ବେଶ୍ରା ମକଦ୍ଦମା ଲଢୁଥିଲେ । ଦଣ୍ଡ କମ କରିବାକୁ ଆସାମୀ ମାନଙ୍କ ତରଫରୁ ଆଇନଜୀବୀ ଶ୍ରୀ ବେଶ୍ରୀ ଅଦାଲତକୁ ପ୍ରାର୍ଥନା କରିଥିଲେ । କିନ୍ତୁ ସରକାରୀ ଆଇନଜୀବୀ ଶ୍ରୀ ପଟ୍ଟନାୟକ ଉକ୍ତ ପ୍ରାର୍ଥନାକୁ ପ୍ରତିବାଦ କରି ଏହି ଅପରାଧ ପରିବେଷ ଅସୁନ୍ତଳ ହେଉଥିବାରୁ ସେମାନଙ୍କୁ ଆଇନ ଅନୁଯାୟୀ ଦୃଢ଼ ଦଣ୍ଡାଦେଶ ପାଇଁ କୋର୍ଟ କୁ ଯୁକ୍ତି ବାଢ଼ିଥିଲେ । ଅଭିଯୁକ୍ତ ମାନେ ଉପଯୁକ୍ତ ଦଣ୍ଡ ହେଲେ ଆଗାମୀ ଦିନରେ ସମାଜରେ ଅଭିଯୁକ୍ତ ଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଯୁକ୍ତି ରେ ଉପସ୍ଥାପନ କରଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *