ମଇଁଷି ଚରାକୁ ନେଇ ହତ୍ୟାକାଣ୍ଡ

ନୟାଗଡ : ସାମାନ୍ଯ କଥାକୁ ନେଇ ନୟାଗଡରେ ହତ୍ଯାକାଣ୍ଡ । ଇଟାମାଟି ଥାନା ପାଣ୍ଡେରିପାଟଣା ଗ୍ରାମର ପିତବାସ ଖଟୁଆଙ୍କୁ ପିଟିପିଟି ହତ୍ଯା । ବିଲ ହୁଡାରେ ମଇଁଷି ନେବାକୁ ବାରଣ କରିବାରୁ ହତ୍ଯା କରାଯାଇଥିବା ଅଭିଯୋଗ । ପିତବାସଙ୍କ ବିଲ ହୁଡାରେ ବାଘେରା ଗ୍ରାମର ବାନାମ୍ବର ପରିଡା ସବୁ ସମୟରେ ମଇଁଷି ନେଉଥିବାରୁ ହୁଡା ନଷ୍ଟ ହେଉଥିଲା । ଏଥିପାଇଁ ପିତବାସ ବାରଣ କରିବାରୁ ଉଭୟଙ୍କ ମଧ୍ଯରେ ୧୫ଦିନ ପୂର୍ବରୁ ବଚସା ହୋଇଥିଲା । ଏନେଇ ଥାନାକୁ ମାମଲା ଯିବା ପରେ ପୋଲିସ ପିତବାସଙ୍କୁ ଡାକି ପରେ ଛାଡିଦେଇଥିଲା । ଆଜି ଅପରାହ୍ନରେ ପିତବାସ ଗ୍ରାମର ପୋଖରୀ ନିକଟକୁ ଆସିଥିବା ସମୟରେ ବାନାମ୍ବର ଏବଂ ଅନ୍ଯ ଦୁଇଜଣ ମିଶି ତାଙ୍କୁ ନିଜ ଗାଁ କୁ ଟେକିନେଇ ପିଟିପିଟି ଗୁରୁତର କରିବା ପରେ ଗାଁ ବାହାରେ ଏକ ସ୍ଥାନରେ ପକାଇଦେଇ ପଳାଇଯାଇଥିଲେ । କୌଣସିସୂତ୍ରରୁ ଖବର ପାଇ ପରିବାର ଲୋକେ ପିତବାସଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲକୁ ଆଣିଥିଲେ । ଚିକିତ୍ସାଧିନ ଅବସ୍ଥାରେ ପିତବାସଙ୍କ ମୃତ୍ଯୁ ହୋଇଛି । ବାନାମ୍ବର , ତାଙ୍କ ପୁଅ ଏବଂ ଅନ୍ଯ ଜଣେ ମିଶି ପିତବାସଙ୍କୂ ହତ୍ଯା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ କରିବା ପାଇଁ ରଖିବା ସହ ଘଟଣାର ତଦନ୍ତ କରୁଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *