୨ ବର୍ଷ ପାଲଲହଡ଼ା ବିକାଶ ର ହିସାବ ଦେଲେ ବିଧାୟକ

ପାଳଲହଡ଼ା
୨୩/୦୬/୨୦୨୬
: କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳଲହଡ଼ାଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ଦୁଇ ବର୍ଷ ମଧ୍ୟରେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରେ ସମ୍ପାଦିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଥ୍ୟ ଉପସ୍ଥାପନ କରିଥିଲେ।
ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାଳଲହଡ଼ାକୁ ଏନ୍‌.ଏ.ସି. ଭାବେ ଘୋଷଣା କରାଯିବା ଏହି ଅଞ୍ଚଳର ବିକାଶରେ ଏକ ଐତିହାସିକ ପଦକ୍ଷେପ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପିତ ହୋଇଛି।
ଜଳସେଚନ କ୍ଷେତ୍ରରେ ମାଙ୍କଡ଼ା ଜଳ ପ୍ରକଳ୍ପ ଓ ସମାକୋଇ ଜଳ ପ୍ରକଳ୍ପ ପାଇଁ ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟରେ ୨୦୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ଚିଲାଣ୍ଟି ଜଳ ପ୍ରକଳ୍ପ ଦ୍ବାରା ୧୨୦୦ ହେକ୍ଟର ଜମି ଜଳସେଚନ ପାଇଁ ୧୮ କୋଟି ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି।ପର୍ଯ୍ୟଟନ କ୍ଷେତ୍ରରେ ରେଙ୍ଗାଳି ଡ୍ୟାମ , ଦ୍ୱିତୀୟ ଚିଲିକା ବିକଶିତ କରିବା ସହ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ପ୍ରାୟ ୪ କୋଟି ଟଙ୍କା ମନ୍ଦିର ଉନ୍ନୟନ ପାଇଁ ପ୍ରଦାନ କରାଯାଇଛି। ବାବା ଗିରିଶ୍ୱର ମନ୍ଦିର, ମା କୁଣ୍ଢେଇବୀରା ମନ୍ଦିର, ରାମ ମନ୍ଦିର, ତିରିବି ପଶ୍ଚିମେଶ୍ୱର ମନ୍ଦିର, ମହାଦେବପାଳ ମନ୍ଦିର, ସିଂହେଶ୍ୱର ମନ୍ଦିର ଓ ଶନି ମନ୍ଦିର ସମେତ ଅନେକ ଧାର୍ମିକ ପୀଠର ଉନ୍ନତିକରଣ କରାଯାଉଛି।
ନାରୀ ସଶକ୍ତିକରଣ କ୍ଷେତ୍ରରେ ସୁଭଦ୍ରା ଯୋଜନା ମାଧ୍ୟମରେ ୩୩,୦୪୮ ଜଣ ମହିଳାଙ୍କୁ ଚାରିଟି କିସ୍ତିରେ ୨୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଲକ୍ଷପତି ଦିଦି ଯୋଜନାରେ ୧୭,୯୨୦ ମହିଳା ଯୋଡ଼ି ହୋଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୨୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୦.୭୩ କୋଟି ଟଙ୍କା ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୨୦୩୧ଟି ଗୋଷ୍ଠୀକୁ ୧୦୪.୭୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।ଗୃହ ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୩,୧୬୯ଟି ଘର ମଞ୍ଜୁର ହୋଇଥିବା ବେଳେ ୧୨,୫୫୨ଟି ଘର ସମ୍ପୂର୍ଣ୍ଣ ହୋଇଛି। ଅନ୍ତ୍ୟୋଦୟ ଯୋଜନାରେ ୪୦୦ଟି ଘର ମଞ୍ଜୁର ହୋଇ ୨୯୦ଟି ସମ୍ପୂର୍ଣ୍ଣ ହୋଇଛି। ପିଏମ୍ ଜନମନ୍ ଯୋଜନାରେ ୭୭୫ଟି ଘର ମଞ୍ଜୁର ହୋଇଥିବା ବେଳେ ଅଧିକାଂଶ ଘର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି।ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ପିଡବ୍ଲ୍ୟୁଡି ବିଭାଗ ଅଧୀନରେ ୧୩୭ କିଲୋମିଟର ରାସ୍ତା ନିର୍ମାଣ ସରିଥିବା ବେଳେ ୨୬୧.୯୮ କୋଟି ଟଙ୍କା ବ୍ୟୟ କରାଯାଇଛି। ୪ଟି ବ୍ରିଜ ନିର୍ମାଣ ପାଇଁ ୧୬୦.୯୬ କୋଟି ଟଙ୍କା ଓ ୧୧ଟି ସରକାରୀ ଭବନ ପାଇଁ ୧୯.୭୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୭୬ କିଲୋମିଟର ରାସ୍ତା ପାଇଁ ପ୍ରାୟ ୧୨୯ କୋଟି ଟଙ୍କା ବ୍ୟୟ ହୋଇଛି । ପରିଶେଷରେ ଯୋଗ୍ୟ ହିତାଧକାରୀଙ୍କୁ ଅନ୍ତଦ୍ଵୟ ଘର , ପେନସନ , ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ ରାସନ କାର୍ଡ , ଅଙ୍ଗନୱାଡ଼ି କର୍ମୀ ଙ୍କୁ ମୋବାଇଲ ମୁଖ୍ୟ ଅତିଥି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଶାନ ମିଶ୍ର, ଜିଲ୍ଲା ନିୟୋଜନ ଅଧିକାରୀ ଦେବାଶିଷ ସାହୁ , ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ହିମାଂଶୁ , ପାଳଲହଡ଼ା ତହସିଲଦାର ଆକାଂକ୍ଷା ମହାପାତ୍ର , ସାଂସଦ ପ୍ରତିନିଧି ଲିଙ୍ଗରାଜ ଦାସ, ବରିଷ୍ଠ ଆଇନଜୀବୀ ତନ୍ମୟ ସାହୁ , ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ , ସମିତିସଭ୍ୟ , ପାଳଲହଡ଼ା ବିଜେପି ମଣ୍ଡଳ ସଭାପତି ଆଶିଷ ସାମଲ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *