
ବାରିପଦା /ଉଦଳା(କ: ବ୍ଯୁ) ତା.୧୯/୦୬/୨୦୨୬ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଭୁବନେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶ କ୍ରମେ ଉଦଳା ବ୍ଲକ ସମ୍ମିଳନୀ କକ୍ଷରେ ଗତ ତା୧୮-୦୬-୨୦୨୬ରିଖରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା, ପ୍ରସ୍ତୁତି ଓ ପରିଚାଳନା ନିମନ୍ତେ ଅଭ୍ୟାସ କାର୍ଯ୍ୟକ୍ରମ ଏବଂ ତା୧୯-୦୬-୨୦୨୬ରିଖରେ ବାତ୍ୟା ଆଶ୍ରୟ ସ୍ଥଳୀ ସ୍ତରୀୟ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପଧ୍ୟକ୍ଷ ରଜନୀ ଦାସ ଯୋଗ ଦେଇଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ଉଦଳା ଉପଖଣ୍ଡର ଡ଼େପୁଟି କଲେକ୍ଟର ଦିଲ୍ଲୀପ କୁମାର ନାୟକ, ବିଡ଼ିଓ ସମରଜିତ କର, ଏ.ବି.ଡ଼ି.ଓ. ଶରତ କୁମାର ମହାନ୍ତୀ ଏଥି ସହିତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଏବଂ ଉଦଳା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଉପସ୍ଥିତ ଥିଲେ । ବିପର୍ଯ୍ୟୟକୁ ମୁକାବିଲ, ପ୍ରସ୍ତୁତି ଓ ପରିଚାଳନା କରିବା ନିମନ୍ତେ ପୂର୍ବାନୁମାନ ପ୍ରସ୍ତୁତି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଉଦଳା ବ୍ଲକର ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଭାଗ୍ୟଶ୍ରୀ ନାୟକ ପରିଚାଳନା କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)