ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ

ଜନସାଧାରଣଙ୍କ ସୁଗମ ଯାତ୍ରା ଉଦ୍ଦେଶ୍ୟରେ ମାଲବାହୀ ଯାନ ଚଳାଚଳ ଉପରେ କଟକଣା

ବମ୍ବେଛକ, ବୈଶିଙ୍ଗା ଓ ବିଶୋଇଠାରେ ଗାଡ଼ି ରହିବ

ବାରିପଦା(କ: ବ୍ଯ)ତା୧୯/୦୬/୨୦୨୬ ରାଇରଙ୍ଗପୁର ଠାରେ ଆୟୋଜିତ ହେବାକୁ ଥିବା ବିଶାଳ ଜନସଭାରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ।

ଉକ୍ତ ସମାବେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଜନସାଧାରଣ ଯୋଗଦେବାର ସମ୍ଭାବନା ଥିବାରୁ ସମସ୍ତଙ୍କ ଯାତାୟାତକୁ ସୁଗମ ଓ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ମାଲବାହୀ ଯାନ ଚଳାଚଳ ଉପରେ ଅସ୍ଥାୟୀ କଟକଣା ଜାରି କରାଯାଇଛି।

ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥର ଝାରପୋଖରିଆ (ବମ୍ବେଛକ) ଠାରୁ ବିଶୋଇ ପର୍ଯ୍ୟନ୍ତ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ରହିବ। ସେହିପରି ୧୮ ନମ୍ବର ଜାତୀୟ ରାଜପଥର ବୈଶିଙ୍ଗା ଠାରେ ସକାଳ ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

ଏହି ସମୟ ମଧ୍ୟରେ ମାଲବାହୀ ଯାନଗୁଡ଼ିକୁ ଝାରପୋଖରିଆ (ବମ୍ବେଛକ), ବୈଶିଙ୍ଗା ଓ ବିଶୋଇ ଠାରେ ଅଟକାଇ ରଖାଯିବ। ଏହି ବ୍ୟବସ୍ଥା ସମୟରେ ସମ୍ପୃକ୍ତ ଯାନ ଚାଳକ ଓ ସାଧାରଣ ଜନତାଙ୍କୁ ପ୍ରଶାସନ ସହଯୋଗ କରିବା ସହ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *