ନୟାଗଡ : ଗଣିଆ ଥାନା ଅଂଚଳ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଜଣେ ୧୫ ବର୍ଷର ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ ଦାଦା ଦୁରୁଜ ନାୟକ । ନାବାଳିକା ଜଣକର ବାପା ମା ବାହାରେ ରହି କାମ କରୁଥିବା ବେଳେ ସେ ନିଜ ଜେଜେମା ଙ୍କ ସହିତ ଘରେ ରହୁଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ନାବାଳିକା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏକଥା କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲେ । ଝିଅଟି ଘଟଣା ସମ୍ପର୍କରେ ମା’କୁ ଜଣାଇବା ପରେ ଝିଅର ମା ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମା’ର ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଏଏସଆଇ ଶାହା ଆଲାମ ଖାଁ ପ୍ରମୁଖ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ଶନିବାର ତାକୁ ଗଣିଆ ମେଡିକାଲରେ ଡାକ୍ତରୀ ମାଇନା କରାଯାଇଥିଲା । ତେବେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ